Home ଜିଲ୍ଲା ପରିକ୍ରମା ରାସନ କାର୍ଡ ପାଇଁ ରାତି ଅଧରୁ ବ୍ଲକରେ ଅଧିଆ ପଡିଛନ୍ତି ହିତାଧିକାରୀ

ରାସନ କାର୍ଡ ପାଇଁ ରାତି ଅଧରୁ ବ୍ଲକରେ ଅଧିଆ ପଡିଛନ୍ତି ହିତାଧିକାରୀ

22

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସନ୍ କାର୍ଡ ରେ ନାମ ଯୋଡ଼ି ହେବା ପାଇଁ ହନ୍ତସନ୍ତ ହିତାଧିକାରୀ । ବ୍ଲକ ସମ୍ମୁଖ ରେ ରାତି ଅଧ ରୁ ପ୍ରବଳ ବର୍ଷାରେ ଅଧିଆ ପଡ଼ିଚନ୍ତି ହିତାଧିକାରୀ।ଆଜି ସକାଳ ୫ ଘଟିକାରୁ ବ୍ଲକ ସମ୍ମୁଖ ରୁ ଗୋଟେ କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା ଲମ୍ବା ଲାଇନ । ତେବେ ରାସନ୍ କାର୍ଡ ରେ କଟି ଯାଇଥିବା ହିତାଧିକାରୀ ନିଜ ନାମ ଯୋଡିବା ପାଇଁ ବ୍ଲକ ପକ୍ଷରୁ ଚିଠି ହୋଇଥିବା ବେଳେ ଆଜି ଭଦ୍ରକ ବ୍ଲକ ର ୬ ଗୋଟି ପଂଚାୟତ ରେ ନାମ ସଂଯୋଗ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ତେଣୁ ସହ ସହ ସଂଖ୍ୟାରେ ହିତାଧିକାରୀ ସକାଳୁ ପହଂଚିଥିଲେ ବ୍ଲକ । ତେବେ ମାତ୍ର ୧୨୦ ଜଣ ଙ୍କୁ ଟୋକନ୍ ଦିଆଯିବ ର ସୂଚନା ଥିବା ବେଳେ ପ୍ରାୟ ଦୁଇ ହଜାର ଭଳି ହିତାଧିକାରୀ ରାତି ରୁ ଏବେ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲାଇନ୍ ରେ ରହିଛନ୍ତି। ତେବେ ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଭଦ୍ରକ ବ୍ଲକ କୁ ମୋଟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ ୧୩୯୦ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ରେ ୩୫୦ ନୂଆ ହିତାଧିକାରୀ ଯୋଗ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରତେକ ଦିନ ୧୨୦ ହିତାଧିକାରୀ ଯୋଡିବା ପାଇଁ ବ୍ୟବସ୍ତା କରାଯାଇଛି। ଯଦି ଭିନ୍ନକ୍ଷମ, ଗର୍ଭବତୀ ମହିଳା ଥାନ୍ତି ତେବେ ଆଉ ୩୦ ଜଣ ହିତାଧିକାରୀ ଯୋଡ଼ା ଯିବ ବୋଲି କହିଛନ୍ତି ଏବଂ ଆଜି ଯାଏଁ ୨୬୦ ହିତାଧିକାରୀ ଯୋଡ଼ାଯାଇଥିବା କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.