Home ଜିଲ୍ଲା ପରିକ୍ରମା ରାସନ କାର୍ଡ ନୂତନ ଈ-କେୱାଇସି ଯାଂଚ ଓ ଯୋଗ୍ୟ ହିତାଧିକାରୀ ଚୟନରେ ପାତର ଅନ୍ତର, ବିଡ଼ିଓଙ୍କୁ...

ରାସନ କାର୍ଡ ନୂତନ ଈ-କେୱାଇସି ଯାଂଚ ଓ ଯୋଗ୍ୟ ହିତାଧିକାରୀ ଚୟନରେ ପାତର ଅନ୍ତର, ବିଡ଼ିଓଙ୍କୁ ଘେରିଲେ ବିଜେଡ଼ି କର୍ମୀ

17

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଂଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଈକେ.ୟା ଈ. ସି ଯାଂଚ ନିହାତି ଜରୁରୀ ଅଟେ । ବ୍ଲକ ଯୋଗାଣ ନିରୀକ୍ଷକ ଙ୍କ ସହ ଯୋଗାଯୋଗ କରି ଯାଂଚ କରାଇ ନେବା କୁ ସରକାରି ନିର୍ଦେଶ କରାଯାଇଛି । ପାରମ୍ପରିକ କାର୍ଡ ବଦଳରେ ଏଥର ରଙ୍ଗୀନ କାର୍ଡ ପାଇବେ ହିତାଧିକାରୀ । ନୂଆ କାର୍ଡ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ସବୁ ଜିଲ୍ଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ! ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବ ସରକାର ସମୟରେ ଯୋଡ଼ି ହୋଇଥିବା ଅଯୋଗ୍ୟ ହିତାଧିକାରି ଙ୍କୁ ବାଦ୍ ଦେବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଜାରି ରଖୁଛନ୍ତି । ଇ-କେୱ୍‌ଆଇସି ଜରିଆ ରେ କ୍ଷେତ୍ର ସ୍ତରୀୟ ଯାଂଚ ପରେ ଅନେକ ଅଯୋଗ୍ୟ ଓ ଭୂତ ହିତାଧୀକାରି ତାଲିକାରୁ ବାଦ ପଡ଼ିଛନ୍ତି । ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ ଯୋଗ୍ୟ ହିତାଧିକାରୀ ଙ୍କୁ କ୍ଷେତ୍ର ସ୍ତରୀୟ ଯାଂଚ ପରେ ରାସନ୍ କାର୍ଡ ପ୍ରଦାନ କରାଯିବ। ହେଲେ ଧାମନଗର ବ୍ଲକରେ ରାସନ କାର୍ଡ ଘଟଣା କୁ ନେଇ ମଙ୍ଗଳବାର ଧାମନଗର ବିଡିଓ ଙ୍କୁ ବ୍ଲକ ବିଜେଡ଼ି ର କର୍ମକର୍ତା ଓ ସରପଂଚ ସମିତି ସଭ୍ୟ ଘେରିଥିଲେ ।ଅଭିଯୋଗ ଯେ ୨୦୨୦ ମସିହା ରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଅନଲାଇନି ଓ ଅଫଲାଇନି ରେ ଖାଦ୍ୟ ସୁରକ୍ଷା ଆଇନି ରେ ରାସନ କାର୍ଡ ପାଇଁ ହିତାଧିକାରୀ ଆବେଦନ ର ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ପରନ୍ତୁ ତଦନ୍ତ ଅଧିକାରୀ ଯୋଗ୍ୟ ହିତାଧିକାରୀ ଙ୍କୁ ତଦନ୍ତ ନକରି ମନଇଛା ରେ ଦଳୀୟ ଭିତି ରେ ତଥା ଯାହାର ଦୁଇ ମହଲା କୋଠା,ସରକାରି ଚାକିରି ଅଛି ସେମାନଙ୍କ ର ଯୋଗ୍ୟ କରାଇ ରାସନ କାର୍ଡ ଦେବାକୁ ଅଧିକାରୀ ମାନେ ତାଲିକା ପ୍ରସ୍ତୁତ କରୁଛନ୍ତି। ତେବେ ଏପରି ଅନିୟମିତତା ନେଇ ମଙ୍ଗଳବାର ଦିନ ଧାମନଗର ବ୍ଲକ ବିଜେଡ଼ି ସଭାପତି ଉମେଶ ମହାନ୍ତି,ବିଜୁ ଯୁବଜନତାଦଳ ର ବ୍ଲକ ସଭାପତି ଭାରତ ବିଜୟ ଦଳାଇ,ଧାମନଗର ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ଦୋବଲ ଜିଲ୍ଲାପରିଷଦ ପ୍ରତିନିଧି ପ୍ରତାପ ସାମଲ,ବରିଷ୍ଟ ବିଜେଡ଼ି ନେତା ଶରତ ମାଝୀ,ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ,ସରପଂଚ ନରେନ୍ଦ୍ର ନାୟକ, ରଞ୍ଜିତି ନାୟକ, ବିଜୟ ସାହୁ,ପ୍ରକାଶ କେଶ,ଖଗେଶ୍ୱର ଖଟୁଆ,ରାଜେନ୍ଦ୍ର ପଳାଇ,କୃଷ୍ଣଚନ୍ଦ୍ର ପତି, ଜ୍ୟୋତି ରଞ୍ଜନ ସାମଲ, ସେକ ମୁସ୍ତାକ, ଅଜୟ ମଲିକ, ବିରଂଚି ମହାଳିକ ସମେତ ଶତାଧିକ ବିଜେଡ଼ି କର୍ମୀ ଙ୍କୁ ଭେଟି ଅନିୟମିତ ସମ୍ପର୍କ ରେ ଅବଗତ କରାଇ ପ୍ରତିବାଦ କରିଥିଲେ । ତେବେ ଘଟଣାର ତଦନ୍ତ କରା ଯାଇ ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ଦିଆ ଯିବ ବୋଲି ବିଡ଼ିଓ ବନବିହାରୀ ଦିନ୍ଦା କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.