Home କେନ୍ଦ୍ରାପଡ଼ା ରାଷ୍ଟ୍ର ନିର୍ମାଣ ଅଭିଯାନର ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମ

ରାଷ୍ଟ୍ର ନିର୍ମାଣ ଅଭିଯାନର ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମ

28

କେନ୍ଦ୍ରାପଡ଼ା ୯ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ରାଷ୍ଟ୍ର ନିର୍ମାଣ ଅଭିଯାନ’ ପକ୍ଷରୁ ମାଗୁରଗଣ୍ଡ ପାଟଣା ଠାରେ ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୁଣା ବସ୍ତ୍ର ସଂଗ୍ରହ କରି ସଂଗଠନ ପକ୍ଷରୁ ବସ୍ତି ଅଞ୍ଚଳରେ ବିତରଣ କରାଯାଇଛି। ଦଶହରା ପାର୍ବଣ ଆସୁଥିବା ବେଳେ ପ୍ରତି ପରିବାରରେ ନୂତନ ବସ୍ତ୍ରର ସମ୍ଭାର। କିନ୍ତୁ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ପାଖରେ ଦୈନନ୍ଦିନ ବ୍ୟବହାର ପାଇଁ ଲୁଗା ବକଟେ ବି ନାହିଁ। ସମାଜର ଏହି ଅଭାବୀ ମଣିଷଙ୍କ ପାଖରେ ପୁରୁଣା ଲୁଗା ନେଇ ପହଞ୍ଚିଛି ସାମାଜିକ “ଅନୁଷ୍ଠାନ ରାଷ୍ଟ୍ର ନିର୍ମାଣ ଅଭିଯାନ”। ଅନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ବ୍ୟକ୍ତିଙ୍କ ପାଖରୁ ପୁରୁଣା ଅଥଚ ବ୍ୟବହାର ଉପଯୋଗୀ ଲୁଗା, ସାର୍ଟ, ପ୍ୟାଣ୍ଟ, ଶାଢୀ, ଧୋତି, ଛୋଟ ପିଲାଙ୍କ ଡ୍ରେସ ପ୍ରଭୃତି ସଂଗ୍ରହ କରି ସ୍ଥାନୀୟ ମାଗୁରଗଣ୍ଡ ପାଟଣା ଜନଜାତି ବସ୍ତିରେ ପହଞ୍ଚିଥିଲେ। ଗାଁ ଦାଣ୍ଡରେ ସଂଗୃହିତ ବସ୍ତ୍ର ସବୁ ରଖି ଦିଆଗଲା। ବସ୍ତିର ଲୋକମାନେ ନିଜର ଆବଶ୍ୟକ ମୁତାବକ ବସ୍ତ୍ର ବାଛି ନେଇଥିଲେ। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ପୂଜା ପାର୍ବଣ ପୂର୍ବରୁ ବିଭିନ୍ନ ଅଞ୍ଚଳରେ ‘ବସ୍ତ୍ରବନ୍ଧୁ’ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ସହାୟତା କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ମଳୟ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବୀରେନ୍ଦ୍ର ଦାସ, ଜ୍ଞାନ ରଞ୍ଜନ ଦାସ, ବିକାଶ ସ୍ୱାଇଁ, ରଶ୍ମିରଞ୍ଜନ ସ୍ୱାଇଁ, ଭଜନ ସୁତାର, ମାତୃଦତ୍ତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.