Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ଚାନ୍ଦବାଲି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ଚାନ୍ଦବାଲି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

15

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ପାଂଚ ପଡ଼ା ରାଧାକୃଷ୍ଣ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ସମଗ୍ର ଚାନ୍ଦବାଲି ଅଂଚଳ ପରିକ୍ରମା କରିବା ପରେ ମଧୁବାବୁ ଛକ ନିକଟରେ ପହଂଚି ଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମ ରେ ଚାନ୍ଦବାଲି ଅଂଚଳ ର ବୁଦ୍ଧିଜୀବୀ, ଆଇନଜୀବୀ ଙ୍କ ସମେତ ସାଧାରଣ ଲୋକେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଅପରେସନ ସିନ୍ଦୂର ରେ ଭାରତୀୟ ଯବାନ ମାନେ ଯେପରି ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ଭାରତୀୟ ବୀର ଯବାନ ମାନଙ୍କୁ ସଲାମ କରିବା ସହିତ ମନବଳ ଦୃଢ଼ କରିବା ପାଇଁ ଆଜି ଚାନ୍ଦବାଲି ନଗର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ସହିତ,ମତୋ ଗ୍ରାମ ପଂଚାୟତ ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.