Home Top News ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ : ବିଭିନ୍ନ ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ : ବିଭିନ୍ନ ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

34

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ମଞ୍ଚକୁ ଆଣି ପୁରସ୍କାର ପ୍ରଦାନରେ ପାରଦର୍ଶିତା ଓ ଜନ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in ) ବିକଶିତ କରାଯାଇଛି। ନାଗରିକମାନେ କିମ୍ବା ସଂଗଠନଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନଙ୍କୁ ନାମାଙ୍କିତ କରିପାରିବେ।

ବର୍ତ୍ତମାନ ନିମ୍ନଲିଖିତ ପୁରସ୍କାରଗୁଡିକ ପାଇଁ ନାମାଙ୍କନ/ସୁପାରିଶ ଜାରି ରହିଛି

୧. ପଦ୍ମ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୦୨୨

୨. କୌଶଳାଚାର୍ଯ୍ୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୩୦/୦୭/୨୦୨୨

୩. ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର- ବୟୋଶ୍ରେଷ୍ଠ ସମ୍ମାନ, ନାମାଙ୍କନ ଦାଖଲର ଶେଷ ତାରିଖ ୧୮/୦୮/୨୦୨୨

୪. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର-୨୦୨୧, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨

୫. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର – ୨୦୨୨, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨

୬. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡିକ ପାଇଁ ଜାତୀୟ ପୁରସ୍କାର-୨୦୨୧, ଆବେଦନର ଶେଷ ତାରିଖ ୨୮/୦୮/୨୦୨୨

୭. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡିକ ପାଇଁ ଜାତୀୟ ପୁରସ୍କାର- ୨୦୨୨, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨

୮. ଜାତୀୟ ସିଏସଆର ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୯. ନାରୀ ଶକ୍ତି ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୧୦/୨୦୨୨

୧୦. ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୮/୨୦୨୨

୧୧. ଇ-ଗଭର୍ଣ୍ଣାନ୍ସ ପାଇଁ ଜାତୀୟ ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୧୨. ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୧୩. ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ ରୋକିବାରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ପୁରସ୍କାର, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୭/୨୦୨୨

୧୪. ଜୀବନ ରକ୍ଷକ ପଦକ, ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୯/୨୦୨୨

ଅଧିକ ବିବରଣୀ ଓ ନାମାଙ୍କନ ଦାଖଲ ପାଇଁ ଦୟାକରି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ବଙ୍ଗବକ୍ସୟଗ୍ଦ.ଶକ୍ଟଙ୍ଖ.ସଦ୍ଭ )ପରିଦର୍ଶନ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.