Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

10

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାରେ ଡବଲ୍ ଇଞ୍ଜିନ୍ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ତମାମ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବିଶେଷ କରି ଭଦ୍ରକ ଜିଲ୍ଲା ଅଧିନ ବାଂଶଡା ଥାନା ଅଂଚଳର ଦଳିତ ଓ ସାଧାରଣ ଲୋକଙ୍କ ଉପରେ ବିଜେପି ର ଗୁଣ୍ଡା ବାହିନୀ ନିୟମିତ ଭାବେ ଆକ୍ରମଣ କରୁଛନ୍ତି ବୋଲି ଆଜି ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଉଠିଛି। ଏହି ଅଭିଯୋଗ ମୂଳେ ବାଂଶଡା ଥାନା ଅଧିନସ୍ଥ ଖଦାଳପୋଖରୀ ଗ୍ରାମର ଦଳିତ ନେତା ଅଞ୍ଜନ ଦାସଙ୍କ ଉପରେ ଗତ ୨ ମାସ ତଳେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗତ ତା ୦୫/୦୭/୨୦୨୫ ରିଖ ରାତିରେ ଅଞ୍ଜନ ଦାସ ଙ୍କ ବୃଦ୍ଧ ପିତା ମାତା ଙ୍କ ଉପରେ ବିଜେପିର ଗୁଣ୍ଡା ମାନେ ଆକ୍ରମଣ କରି ତାଙ୍କ ଘର ଉପରକୁ କିଛି ଅସାମାଜିକ ବ୍ୟକ୍ତି ଟେକା ପଥର ମାଡ କରିଥିଲେ । ଏହି ଘଟଣା ସଂପର୍କରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆଯାଇନାହି । ବାଂଶଡା ଥାନା ଅଧିନସ୍ଥ କୁଆଁରୀକାନ୍ଥୀ ଗ୍ରାମର ସଞ୍ଜୁଲତା ଦାସ, ମେଘା ନୂଆଗାଁ ଗ୍ରାମର ମାଗୁଣି ସିଂ, ବିପ୍ରଚରଣ ସେଠୀ, ଖଦାଳପୋଖରୀ ଗ୍ରାମର ସଞ୍ଜୟିନି ଦାସ ଙ୍କ ପରିବାର ଉପରେ ଅସାମାଜିକ ଯୁବକ ମାନେ ଲଗାତାର ଆକ୍ରମଣ କରୁଛନ୍ତି । ସେମାନଙ୍କ ବିରୁଦ୍ଧରେ ବାଂଶଡା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଓଡିଶା ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆସନ୍ତା ଜୁଲାଇ ,୧୩ ତାରିଖ ବାଂଶଡା ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ଆସନ୍ତା ଜୁଲାଇ,୧୬ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ର ନେତୃତ୍ୱ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଦଳିତ ଆଦିବାସୀ ମହାସଂଘ ର ଜିଲ୍ଲା ଉପଦେଷ୍ଟା ତଥା ସିପିଆଇ(ଏମ) ର ଯୁବ ନେତା ବିକାଶ ନାଥ, ମହାସଂଘର ଅନ୍ୟତମ ରାଜ୍ୟ ସଂପାଦକ ଅଞ୍ଜନ ଦାସ, ମହାସଂଘ ର ଜିଲ୍ଲା ସଭାପତି ହାକିମ ଦାସ, ଦଳିତ ନେତା ଶ୍ରୀନାଥ ଦାସ, ପୀଡିତା ମାମି ସିଂ, ପିଡିତ ମାଗୁଣି ସିଂ,ପୀଡିତା ସଞ୍ଜୁଲତା ଦାସ, ପିଡିତା ସଞ୍ଜୟିନି ଦାସ, ଦଳିତ ନେତା ଯୁଧିଷ୍ଠିର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.