Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଶପଥ ପାଠ

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଶପଥ ପାଠ

11

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅକ୍ଟୋବର ୩୧ରେ ପାଳନ କରାଯାଇ ଆସୁଥିବା ରାଷ୍ଟ୍ରୀୟ ଏକତା ଦିବସକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପାଳନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ଘ.୧୦.୩୦ ମି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲାକ୍ରୀଡ଼ା ଅଧିକାରୀ ପଦ୍ମନ ରାୟ ପ୍ରମୁଖ ଯୋଗ ଦେଇଥିଲେ । ଦେଶର ଏକତା, ଆଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବା ଦିଗରେ ସମସ୍ତେ ନିଜ ନିଜକୁ ସମର୍ପିତ କରିବା ଓ ଏ ସମ୍ବନ୍ଧୀୟ ବାର୍ତ୍ତା ପ୍ରସାର କରିବାରେ ପ୍ରୟାସ କରିବା ନେଇ ଉଦ୍ଦିଷ୍ଟ ଶପଥ ପତ୍ରକୁ ପଠନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ସ୍ୱାଧୀନତା ପ୍ରାପ୍ତିପରେ ଆଧୁନିକ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଅବଦାନ କିପରି ଅତୁଳନୀୟ ଥିଲା ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.