Home କେନ୍ଦ୍ରାପଡ଼ା ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ଆଦିବାସୀ ବସ୍ତିରେ ଖୁସିର ଲହରୀ

ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ଆଦିବାସୀ ବସ୍ତିରେ ଖୁସିର ଲହରୀ

50

କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ଓଡିଶାର ଆଦିବାସୀ ସଂପ୍ରଦାୟର ପ୍ରଥମ ମହିଳା ଦୌପଦୀ ମୁର୍ମୁ। ଜଣେ ଆଦିବାସୀ ସଂପ୍ରଦାୟର ମହିଳା ଦେଶର ମହାମାନ୍ୟ ପଦବୀରେ ଅଧିଷ୍ଠିତ ହୋଇଥିବାରୁ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡା ପୌରାଞ୍ଚଳର କଜଳାସ୍ଥିତ ଆଦିବାସୀ ବସ୍ତିର ମହିଳା ଓ ପୁରୁଷମାନେ ଗୀତ ବୋଲି ନାଚ କରି ଖୁସି ମନାଇଥିବା ଦେଖିବାକୁ ମିଳିଛି। ବିଜେଡି ଯୁବନେତା ଶକ୍ତିକାନ୍ତ ପାତ୍ରଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଜଳା ମୁଣ୍ଡାବସ୍ତିର ବାସୀନ୍ଦା ତଥା ପୂର୍ବତନ କାଉନସିଲର ବାହାଲି ଟୁଡୁ, କାଳିଆ ଟୁଡୁ, କାଳିଆ ହେମ୍ବ୍ରମ, ବିଜେଡି ନେତା ଦୀପକ କୁମାର ପୃଷ୍ଟି ଓ ବିଜେପି ନେତା ଅଶୋକ କୁମାର ମଳିକ ପ୍ରମୁଖ ଯୋଗଦେଇ ନାଚ ଗୀତରେ ଅଂଶଗ୍ରହଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.