Home ଜିଲ୍ଲା ପରିକ୍ରମା ରାମ ନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍ ଫୋର୍ସ, ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଂଚ...

ରାମ ନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍ ଫୋର୍ସ, ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଂଚ ଡିଜିପି

23

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଐତିହାସିକ ପ୍ରସିଦ୍ଧ ରାମନବମୀ ଭଦ୍ରକରେ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଭଦ୍ରକ ଏସ୍‌ପି ଅଫିସରେ ସମୀକ୍ଷା କରିଛନ୍ତି କ୍ରାଇମବ୍ରାଂଚ ଡିଜିପି ବିନୟତୋଷ ମିଶ୍ର। ଭଦ୍ରକ ଓ ବାଲେଶ୍ୱର ଉଭୟ ଜିଲାରେ ରାମନବମୀ ପାଳନରେ ଶାନ୍ତିଶୃଙ୍ଖଳା ନେଇ ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ପୂର୍ବାଂଚଳ ଡିଆଇଜି ଡ. ସତ୍ୟଜିତ୍ ନାୟକ ଆୟୋଜିତ ଖବରଦାତା ସମ୍ମିଳନୀରେ ଶାନ୍ତିଶୃଙ୍ଖଳା ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ସହରରେ ୨୬ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌, ରାପିଡ଼ ଆକ୍ସନ ଫୋର୍ସଙ୍କ ସମେତ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ। ସହରର ବିଭିନ୍ନ ରାସ୍ତା ଓ ସାହିବସ୍ତୀରେ ଫୋର୍ସ ମୁତୟନ କରାଯିବା ସହ ସିସିଟିଭି ଓ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯିବ। ୱାରେଂଟି ମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଧରପଗଡ଼ କରାଯିବ। ମୋବାଇଲ ପାଟ୍ରୋଲିଂ କରାଯିବା ସହ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଡିଆଇଜି ନାୟକ ସୂଚନା ଦେବା ସହ ମଙ୍ଗଳବାର ସୋସିଆଲ ମିଡିଆ ଅପବ୍ୟବହାର ନେଇ ଏକ ମାମଲା ହୋଇଥିବା କହିଛନ୍ତି। ସମ୍ମିଳନୀରେ ଭଦ୍ରକ ଏସ୍‌ପି ମଡ଼କର ସନ୍ଦୀପ ସମ୍ପଦ, ବାଲେଶ୍ୱର ଏସ୍‌ପି ରାଜକୁମାର ଉପସ୍ଥିତ ଥିବା ବେଳେ ସମୀକ୍ଷା ବୈଠକରେ ବାଲେଶ୍ୱର ଓ ଭଦ୍ରକ ଜିଲାର ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.