ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧିନ ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆ ହନୁମାନ ଛକରେ ଥିବା ଖେଳ ପଡିଆ ଏବେ ବାଲି ଓ ଚିପ୍ସ ବେପାରୀଙ୍କ କବଜାରେ। ପ୍ରତିଦିନ ବଡ ବଡ ହାଇୱାରେ ବେଆଇନ ଚୋରା ବାଲି ଓ ଚିପ୍ସ ଆଣି ଖେଳ ପଡିଆ ରଖି ବେପାର ଚଳାଯାଉଛି। ୩ ଏକରରୁ ଉର୍ଦ୍ଧ୍ୱ ଏହି ପଡିଆ କିକେଟ୍ ଖେଳ ପାଇଁ ବେଶ ପରିଚିତ ଥିଲା। ଜିଲ୍ଲା ଓ ଜିଲ୍ଲା ବାହାରୁ ଖେଳାଳି ଆସି ଏଠାରେ ଟୁର୍ଣ୍ଣାମେଂଟରେ ଖେଳିଥାନ୍ତି। ଏବେ ବାଲି ଓ ଚିପ୍ସ ବେପାରିଙ୍କ ପାଇଁ ଖେଳ ପଡ଼ିଆଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ଧାମନଗର – କୋଠାର ମୁଖ୍ୟ ରସ୍ତା କଡରେ ରହିଥିବା ଖେଳ ପଡିଆଟି ବେଶ ମୋନଲୋଭ ଦିଶିଥାଏ। ରାଧାବଲ୍ଲଭପୁର, ବନ୍ଧଟିଆ, ଛତ୍ରପଦା, ଝାଟିଆସାହି, ମିର୍ଜାପୁର ଓ ଗୁମୁଗଡ ଆଦି ଗ୍ରାମର ଯୁବକ ମାନେ ଏହି ପଡ଼ିଆ ପହଂଚି କ୍ରିକେଟ ଖେଳିଥାନ୍ତି। ହେଲେ ୨ବର୍ଷ ହେବ ସ୍ଥାନୀୟ ଅଂଚଳର ୨ରୁ ୩କଣ ବେପାରି ବାଲି ଚିପ୍ସ ପକାଇ ଖେଳ ପଡ଼ିଆଟିକୁ ନଷ୍ଟ କରୁଛନ୍ତି। ଚାରିଆଡ଼େ ଚିପ୍ସ ପଡିବା ଦ୍ୱାରା ଯୁବକ ମାନେ ଖେଳ ସମୟରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ବାଲି କାଣ୍ଡି ହୋଇଥିବାରୁ କ୍ରିକେଟ୍ ଖେଳ ସମ୍ଭବ ପର ହୋଇପାରୁନାହିଁ। ଏହି ପଡିଆର ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବ୍ୟୟ ବରାଦ କରାଯାଇ ଉନ୍ନତିକରଣ କରାଯାଇଛି। ଏବେ ସେହି ପଡ଼ିଆରେ ବଡ ବଡ ହାଇୱାରେ ଟନ ମାଲ ଲୋଡ୍ କରି ପୁରାଇବା ଦ୍ୱାରା ପଡ଼ିଆ ଖାଲ ଖମା ହୋଇ ଖେଳ ହେବା ସମ୍ଭାବ ପର ହେଉନାହିଁ। ନିକଟରେ ତହସିଲ୍ ରହିଥିଲେ ସୁଦ୍ଧା ପ୍ରତିଦିନ ଅଧିକାରୀ ମାନେ ଯିବା ଆସିବା କରିଥାନ୍ତି। ହେଲେ ସେମାନେ ନଜର ଅନ୍ଦାଜ କରି ପାଳାଇଯାନ୍ତି। କ୍ରୀଡା ପ୍ରେମୀ ଯୁବକ ମାନେ ଖେଳ ପଡ଼ିଆରେ ଚୋରା ବାଲି ଚିପ୍ସ ବେବାର ନେଇ ବାରମ୍ଭାର ତହସିଲ୍ ଓ ଖଣି ବିଭାଗ ପାଖରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେବେ ଏନେଇ ଅତିରିକ୍ତ ତହସିଲଦାର ସାଇ ସିଲୋନାଙ୍କୁ ପଚାରିବାରୁ କୁହନ୍ତି ଖଣି ବିଭାଗ ସହିତ କଥା ହୋଇ ଶୀଘ୍ର ଚଢାଉ କରି ଜରିମାନା କରାଯିବ।
Home ଜିଲ୍ଲା ପରିକ୍ରମା ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆ ହନୁମାନ ଛକରେ ଥିବା ଖେଳପଡିଆ ଏବେ ବାଲି ଓ ଚିପ୍ସ ବେପାରୀଙ୍କ...








