Home ଜିଲ୍ଲା ପରିକ୍ରମା ରାଧାବଲ୍ଲଭପୁର ପଂଚାୟତର ଜିଆରଏସ ଙ୍କୁ ସରପଂଚଙ୍କ ଅଶାଳୀନ ବ୍ୟବହାର, ବିଡ଼ିଓ ନିକଟରେ ଅଭିଯୋଗ

ରାଧାବଲ୍ଲଭପୁର ପଂଚାୟତର ଜିଆରଏସ ଙ୍କୁ ସରପଂଚଙ୍କ ଅଶାଳୀନ ବ୍ୟବହାର, ବିଡ଼ିଓ ନିକଟରେ ଅଭିଯୋଗ

12

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ସରକାରୀ ମହିଳା କର୍ମଚାରୀ ଙ୍କୁ ଜଣେ ଲୋକ ପ୍ରତିନିଧି ଅଫିସ ଭିତରେ ଧମକ ସହ ଆକ୍ରମଣ ଉଦ୍ୟମ ଓ ଅଶାଳୀନ ବ୍ୟବହାରକୁ ନେଇ ଧାମନଗର ଅଂଚଳ ରେ ଏବେ ଚର୍ଚ୍ଚା ର ବିଷୟ ହୋଇଛି। ପ୍ରକାଶ ଥାଉ କି ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଂଚାୟତ ସରପଂଚ ପ୍ରିତମ ଦାସ ସମ୍ପୃକ୍ତ ପଂଚାୟତର ଜିଆରଏସ ସୁଭଦ୍ରା ନନ୍ଦି ଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ପାଇଁ ଧମକ ହୋଇଛି। ସୁଭଦ୍ରା ନିଜ ପରିବାର ଲୋକଙ୍କ ସହ ଧାମନଗର ବ୍ଲକ କୁ ଯାଇ ଏ ସମ୍ପର୍କରେ ବିଡ଼ିଓ ବନବିହାରୀ ଦିନ୍ଦା ଙ୍କୁ ଅଭିଯୋଗ କରିଛନ୍ତି। ବିଡ଼ିଓ ନାଚାର ପୂର୍ବକ ଜିଆରଏସ ଙ୍କୁ ଆଇନରେ ଆଶ୍ରୟ ନେବାକୁ କହିବା ସହ ତୁରନ୍ତ ତାଙ୍କୁ ଚିଠି ନଂ ୧୧/୧୬୪ ତା ୧୨/୧୨/୨୪ ବଳରେ ବ୍ଲକ ହେଡକ୍ୱାଟର ରେ ଏନଆରଜିଏସ ବିଭାଗକୁ ଅବସ୍ଥାପିତ କରିଛନ୍ତି। ମୋ ଷ୍ଟାଫ ଙ୍କ ସୁରକ୍ଷା ପାଇଁ ଏଭଳି କରିଛନ୍ତି ବୋଲି ବିଡ଼ିଓ ଶ୍ରୀ ଦିନ୍ଦା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିଭିନ୍ନ ଭତା, ସୁଭଦ୍ରା ଯୋଜନା ଓ ଜବ କାର୍ଡ ଇତ୍ୟାଦିରେ ସମ୍ପୃକ୍ତ ଜିଆରଏସ ଙ୍କ ଅନିୟମିତତା ସହ ବାରମ୍ବାର କାର୍ଯ୍ୟରେ ଅବହେଳା ପାଇଁ ମୁଁ ରାଗି କରି ଗାଳି ଗୁଲଜ କରିଛି ବୋଲି ସରପଞ୍ଚ ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ସେ ଯଦି କିଛି ଭୁଲ କଲେ ସରପଂଚ ବିଡ଼ିଓ କିମ୍ୱା ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରି ପାରିଥାନ୍ତେ।ମାତ୍ର ଜଣେ ମହିଳା ସରକାରି ଅଧିକାରୀଙ୍କୁ ପଂଚାୟତ କାର୍ଯ୍ୟାଳୟ ରେ ଜଣେ ଶାସକଦଳ ର ସରପଂଚ ସ୍ୱର୍ସମ୍ମୁଖ ରେ ଧମକ ସଧାରଣ ରେ ନାପସନ୍ଦ କରା ଯାଇଛି। ମୁଁ କିନ୍ତୁ ସୁରକ୍ଷିତ ନୁହେଁ ଏ ବିଷୟ ରେ ମୋ ପରିବାର ସହ ବିଡ଼ିଓ କୁ ଜଣାଇଚି ସେ ଯାହା କାର୍ଯ୍ୟ ନୁଷ୍ଟାନ ନେବେ ବୋଲି ଜି ଆରଏସ ଶୁଭଦ୍ରା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।ଘଟଣା ସଂପର୍କ ରେ ଅବଗତ ଅଛି ମାତ୍ର ଜି ଆର ଏସ ଥାନା ରେ ଅଭିଯୋଗ କରି ମୋତେ କପି ଦେଇଥିଲେ ମୁଁ ଜିଲ୍ଲାପାଳ ଙ୍କ ନଜର କୁ ଆଣିଥାନ୍ତି ପରନ୍ତୁ ସେ ମୋତେ ଜଣାଇ ୍ୱାରୁ ତାଙ୍କ ସୁରକ୍ଷା ପାଇଁ ତାକୁ ସେ ପଂଚାୟତ ରୁ ପଂଚାୟତ ସମିତି କାର୍ଯ୍ୟାଳୟ କୁ ନେଇ ଆସିଲି ବୋଲି ବିଡ଼ିଓ ସୁଚନା ଦେଇଛନ୍ତି। ତେବେ ଏପରି ଘଟଣା କୁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.