Home ଜିଲ୍ଲା ପରିକ୍ରମା ରାଧାଗୋବିନ୍ଦ ଧାମରେ ଜନ୍ମାଷ୍ଟମୀ

ରାଧାଗୋବିନ୍ଦ ଧାମରେ ଜନ୍ମାଷ୍ଟମୀ

38

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମାଳଦା ରାଧା ଗୋବିନ୍ଦ ଧାମରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଗତକାଲି ମଧ୍ୟରାତ୍ରରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ ନାମସଙ୍କିର୍ତ୍ତନ ସହ ମଧ୍ୟାହ୍ନ୍ନରେ ସାମୁହିକ ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ମଧ୍ୟରାତ୍ରରେ ଭକ୍ତମାନଙ୍କ ଗହଣରେ ଜନ୍ମୋତ୍ସବ ପାଳନ କରାଯାଇଥିଲା। ରାମଚନ୍ଦ୍ର ମହାନ୍ତି, ସ୍ନେହଲତା ମହାନ୍ତି, କ୍ଷୀରୋଦ କୁମାର ଦାସ, ବିପିନ ଦାସ, ଭକ୍ତହରି ରାଉତ, ଆନନ୍ଦ ପଲାଇ, ଚତୁର୍ଭୁଜ ପରିଡା, ଉଦୟ ନାୟକ, ନିଶିକାନ୍ତ ନାୟକ, ଋଷିକେଶ ଜେନା, ଘନଶ୍ୟାମ ସାମଲ, ହରେକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.