Home ଜିଲ୍ଲା ପରିକ୍ରମା ରାତି ପାହିଲେ ବାବା ଆରଡ଼ି ପୀଠରେ ଲାଗିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ, ଏଯାଏଁ ସମ୍ପୂର୍ଣ...

ରାତି ପାହିଲେ ବାବା ଆରଡ଼ି ପୀଠରେ ଲାଗିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ, ଏଯାଏଁ ସମ୍ପୂର୍ଣ ହେଲା ନାହିଁ ଭଦ୍ରକ – ଆରଡ଼ି ରାସ୍ତା

17

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟେ ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର। ହଜାର ହଜାର କାଉଡ଼ିଆ ଙ୍କ ଜନ ସମାଗମ ହେବ ବିଭିନ୍ନ ପ୍ରସିଦ୍ଧ ଶୈବ ପୀଠ ରେ। ଭଦ୍ରକ ର ପ୍ରସିଦ୍ଧ ଶୈବ ପୀଠ ହେଉଚି ଆରଡ଼ି। ଶ୍ରାବଣ ର ପ୍ରତି ସୋମବାର ରେ ବହୁ ଶ୍ରଦ୍ଧାଳୁ ଜଳାଭିଷେକ ନିମନ୍ତେ ଆସିବେ କିନ୍ତୁ ଭଦ୍ରକ – ଆରଡ଼ି ରାସ୍ତା କାମ ସଂପୂର୍ଣ୍ଣ ହେଲା ନାହିଁ।ପ୍ରସିଦ୍ଧ ଆରଡି଼ଧାମକୁ ସଂଯୋଗ କରୁଛି ଭଦ୍ରକ-ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଭଦ୍ରକ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଏହି ସଡ଼କର ସମ୍ପ୍ରସାରଣ ନିମନ୍ତେ ପଂଚାୟତ ନିର୍ବାଚନ-୨୦୨୨ ପୂର୍ବରୁ ୪୦ କୋଟି ଟଙ୍କାର ପଂଚାୟତ ଅନୁଦାନରେ ଅର୍ଣ୍ଣପାଳରେ ଶିଳାନ୍ୟାସ କରାଯାଇଥିଲା। ଶିଳାନ୍ୟାସର ଦୀର୍ଘ ୩ ବର୍ଷ ପର୍ଯ୍ୟନ୍ତ କୌଣସି କାମ ନ ହୋଇ କେବଳ ଗଛ କଟା ରେ ଚାଲିଗଲା। ଏହି ରାସ୍ତା ସମ୍ପ୍ରସାରଣ ଆଳ ରେ ହଜାର ହଜାର ଗଛ କଟା ହେଲା ମାତ୍ର କାର୍ଯ୍ୟ ମନ୍ଥର।୨୪ ମସିହା ଶେଷରେ କାମ ଆରମ୍ଭ ହୋଇଥିଲା ବେଳେ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ପରେ ବି ଏହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଆରଡ଼ି ଛକ ଠାରୁ ଆରଡ଼ି ଯାଏଁ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେଲା ନାହିଁ। ପୁଣି ବିଶେଷ କରି ଧୁଷୁରି ଠାରୁ ଓଲଙ୍ଗ ଦରଖଣ୍ଡିଆ ଅବସ୍ଥାରେ ରହିଛି। ଧୁଷୁରି ଠାରୁ ଆରଡ଼ି ପ୍ରାୟ ୧୫ କିଲୋମିଟର ରାସ୍ତା ଏଯାଏଁ ଖାଲଖମାରେ ରହିଛି।ଏହି ସ୍ଥାନରେ ବନ୍ୟା ସମୟରେ ର ପ୍ରବଳ ସ୍ରୋତ ପ୍ରବାହିତ ହେଉଥିବା ହେତୁ ଅଞ୍ଚଳବାସୀ ପ୍ରାୟ ୫ ଶହ ମିଟର ରେ ରାସ୍ତାକୁ ଉଚ୍ଚା କରିବା ସହ ଅସୁରାଲି – କୋଠାର ସ୍ଥାନ ର ହ୍ୟୁମ ପାଇପ ପକାଇବା ପାଇଁ ଦାବି କରିଛନ୍ତି। ରାସ୍ତା କାର୍ଯ୍ୟ ଅତିଁ ନିମ୍ନ ମାନର ସହ ମନ୍ଥର ହେଉଥିବାରୁ ଲୋକ ଅତିଷ୍ଠ ହୋଇ ପଡିଲେଣି। ବର୍ଷ ବର୍ଷ ବିତି ଗଲାଣି କିନ୍ତୁ କାର୍ଯ୍ୟ ର କୌଣସି ଅଗ୍ରଗତି ଦିଶୁନି। ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ମୌସୁମୀ ଆଗମନ ପରେ ଲଗାତାର ବର୍ଷା ଯୋଗୁଁ ନୂଆ ପଡ଼ିଥିବା ପିଚୁ ବି ଉଠିବାକୁ ଲାଗିଲାଣି। ଆଗକୁ ଆସୁଚି ଶ୍ରାବଣ ମାସ ପୁଣି ତା ସହ ଶ୍ରାବଣୀ ଭାର । ଏହି ଅଧା ପନ୍ତରିଆ ରାସ୍ତାରେ କେମିତି ଗମନା ଗମନ କରିବେ ତାହା ଉପରେ ଉଠିଛି ପ୍ରଶ୍ନ ବାଚୀ ରପୁଣି ବର୍ଷା ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ସମ୍ଭବ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା କରୁଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ପୂର୍ତ ବିଭାଗ ର ଏସ ଡି ଓ ମହେଶ୍ୱର ସାହୁ ଙ୍କୁ ପଚରା ଯାଇଥିଲା ସେ ଶ୍ରାବଣ ମାସ ସୁଦ୍ଧା ସମସ୍ତ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାସ୍ତା ର ଅବସ୍ଥା କୁ ଦେଖି ଯେ କେହି କହି ପାରିବ ଭଦ୍ରକ – ଆରଡ଼ି ରାସ୍ତା ପ୍ରତି କାହାର ବି ଆନ୍ତରିକତା ନାହିଁ।ଏନ୍ ଏଚ୍ ୧୬ ଜାତୀୟ ରାଜପଥ ଆରଡ଼ି ଛକ ଠାରୁ ଆରଡ଼ି ପର୍ଯ୍ୟନ୍ତ ଜାତୀୟ ରାଜପଥ ରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କୁ ସାକ୍ଷାତ କାର କରି ଦାବି ପତ୍ର ଦେଇଥିଲେ। ଲୋକ ସଭା ଅଧିବେଶନ ରେ ବହୁବାର ଏକତା ଉଠାଇଥିଲେ ପୂର୍ବତନ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳ। ମାତ୍ର ପ୍ରଶାସନ ବଧିର ପାଲଟି ଯାଇଥିବା ଭଳି ମନେ ହେଉଛି। ଖୁବ୍ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି ଏବଂ ଏହା କେବେ ପୂରଣ ହେବ ତାହା ସମୟ କହିବ। କିନ୍ତୁ ସବୁ ମଧ୍ୟରେ ହନ୍ତସନ୍ତ ହେଉଥିବା ଲୋକ ହେଉଛନ୍ତି ସାଧାରଣ ଜନତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.