Home ଜିଲ୍ଲା ପରିକ୍ରମା ରାତିରେ ଶୋଇଥିବା ଅବସ୍ଥାରେ ଦୃର୍ବୁତଙ୍କ ଏସ୍‌ିଡ ମାଡରେ ଜଗବନ୍ଧୁ ଗୁରୁତର

ରାତିରେ ଶୋଇଥିବା ଅବସ୍ଥାରେ ଦୃର୍ବୁତଙ୍କ ଏସ୍‌ିଡ ମାଡରେ ଜଗବନ୍ଧୁ ଗୁରୁତର

4

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଘଟଣ ।ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଫଳରେ ଗୁରୁତର ଯୁବକ ଜଣକ ଏବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ନାୟକାଣୀଡିହି ଥାନା ଅଧୀନସ୍ଥ ରାମଚନ୍ଦ୍ରପୁର ଗ୍ରାମନିବାସୀ ସନାତନ ପଳାଇଙ୍କ ପୁଅ ଜଗବନ୍ଧୁ (୨୮) ଘର ପାଖରେ ନିର୍ମାଣ ହେଉଥିବା ଏକ ନୂଆ ଘରେ ରାତିରେ ଶୋଇଥିଲେ। ଏହି ଘରଟିର ଝରକା ଓ କବାଟ ଲାଗିନଥିବାରୁ ତାହା ଜରି ଦ୍ୱାରା ଆବଦ୍ଧ ରହିଥିଲା। ଫଳରେ ଗତକାଲି ବିଳମ୍ବିତ ରାତିରେ ଜଗବନ୍ଧୁ ଶୋଇଥିବା ବେଳେ କୌଣସି ଦୃବୁର୍ତ ଝରକାର ଜରି ଟେକି ତାଙ୍କ ଉପରକୁ ଏସିଡ୍ ମାଡ କରି ଫେରାର ହୋଇଯାଇଥିଲା। ଏହି ଏସିଡ ମାଡ଼ରେ ତାଙ୍କର ମୁହଁ ଓ ଦେହର ୭୫ ପ୍ରତିଶତ ପୋଡିଯାଇଥିଲା। ଏସିଡ୍ ମାଡ ହେବା ପରେ ଜଗବନ୍ଧୁଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଓ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ରେ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ଖବର ପାଇ ନାୟିକାଣଢିହି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି। ତେବେ ଏହି ଏସିଡ୍ ମାଡର କାରଣ ସଂପର୍କରେ ପରିବାର ଲୋକେ ଏପର୍ଯ୍ୟନ୍ତ କିଛି ସୂଚନା ଦେଇନଥିବାର ପୁଲିସ୍ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.