ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାତିରେ କବାଟ ନ ଖୋଲିବାରୁ ସକାଳୁ ମହିଳା କୁ ଆକ୍ରମଣ କରି କରି ଲହୁ ଲୁହାଣ କଲା ପଡୋଶୀ ଘରର ଯୁବକ। ଗୁରୁତର ମହିଳା ଜଣଙ୍କ ହେଲେ ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ରାମେଶ୍ୱର ପୁର ଗ୍ରାମର ପାର୍ବତୀ ଯେନା। ସୁଚନା ଥାଉକି ରବିବାର ରାତ୍ର ୧୨ ସମୟରେ ପାର୍ବତୀ ଯେନା ନିଜ ଘରେ ପିଲାଙ୍କ ସହିତ ଶୋଇଥିବା ବେଳେ ପଡୋଶୀ ଘରର ଯୁବକ ରିତେଶ ଯେନା ପାର୍ବତୀଙ୍କ ଘର ଝରକା ପାଖ କବାଟ କୁ ଧକା ମାରୁଥିବା ବେଳେ। ଏହି ସମୟ ରେ ମହିଳାଙ୍କ ପୁତୁରା ଉଠି ଆସି ଯୁବକ ଜଣଙ୍କୁ ଧରି ଏତେ ରାତିରେ ଏଠି କଣ କରୁଛୁ , କାହିଁକି ଆସିଛୁ। ଯୁବକ ଜଣକ କିଛି କହି ନଥିଲା। ପରେ ରିତେଶ ର ବାପା ମା ଙ୍କୁ ଡାକି ଛାଡ଼ି ଦେଇଥିଲା। ଏ ନେଇ ସକାଳୁ ପାର୍ବତୀ ଯେନା ଓ ତାର ପୁତୁରା ଥାନରେ ଅଭିଯୋଗ କରିବା ପାଇଁ ବାହାରିବା ବେଳେ ରିତେଶ ଓ ତାର ପରିବାର ମିଶି ପାର୍ବତୀ ଓ ତା ପୁତୁରାକୁ ମାଡ଼ ମାରି ଲହୁଲୁହାଣ କରି ସମସ୍ତଙ୍କ ସାମ୍ନାରେ ପାର୍ବତୀ ର ଚୁଟି କାଟି ଦେଇ ଲଣ୍ଡା କରିବାକୁ ଉଦ୍ୟମ କରିଥିଲେ ଏପରି କି ମହିଳା ଜଣ କୁ ଲଙ୍ଗଳା କରି ମାରିଥିଲେ ଏପରି କି ମୁଣ୍ଡ ଚୁଟିକୁ କାଟି ପକାଇ ଥିଲେ। ମାଡ଼ ଏଭଳି ଥିଲା ଯେ ଯିଏ ଯେମିତି ପାରିଲା ସେମିତି ମାଡ ମାରି ଚାଲିଲା। ଯାହାର ଭିଡ଼ିଓ ଏବେ ଭାଇ ରାଲ ହେଉଛି। କୌଶଳ କ୍ରମେ ପାର୍ବତୀ ତାଙ୍କ ନିକଟରୁ ଖସି ଧାମନଗର ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପାର୍ବତୀଙ୍କ ଗାଲ ସମେତ ଦେହ ସାରା ମାଡ ଚିହ୍ନ ବସିବା ସହ ରକ୍ତ ର ଚିହ୍ନ ରହିଛି। ତେବେ ଘଟଣା ଯାହା ହେଉନା କାହିଁକି ଜଣେ ଅସହାୟ ମହିଳା ଙ୍କୁ ଗାଁ ଦାଣ୍ଡ ରେ ମହିଳା ପୁରୁଷ ଙ୍କ ସାମ୍ନାରେ ଏପରି ଅମାନୁଷିକ ଭାବରେ ମାଡ ମାରିବା ନିହାତି ଭାବରେ ଦୁଃଖ ଦାୟକ ଘଟଣା ।ତେବେ ଏହି ଘଟଣା କୁ ଧାମନଗର ପୋଲିସ ଗୁରୁତର ସହ ହାତ କୁ ନେଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।








