Home ଜିଲ୍ଲା ପରିକ୍ରମା ରାଣୀତାଲ: ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି

ରାଣୀତାଲ: ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି

7

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ ଗୋଟିଏ ଦିନ ପରେ ରାଣୀତାଲ ଅଂଚଳକୁ ଆସିବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ପୋଲିସ ପ୍ରଶାସନ ଚଳଚଂଚଳ। ହେଲେ ପୋଲିସ ଆଖିରେ କାଠି ଗେଂଞ୍ଜି ରାଣୀତାଲ ବଜାରରୁ ଗତକାଲି ରାତିରେ ଚୋରି ହୋଇଛି ଦୁଇଟି ଦୋକାନରୁ। ସୂଚନା ଅନୁସାରେ ରମ୍ଭିଳାର ଆରଡ଼ିପଦା ପଡିଆକୁ ଆସନ୍ତା କାଲି ଆସୁଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଆସୁଥିବା ସ୍ଥାନକୁ ଯେଉଁ ରାସ୍ତା ଦେଇ ପୋଲିସ ଯାଉଛି ରାଣୀତାଲ ବଜାରର ସେହି ରାସ୍ତା କଢ଼ରେ ଥିବା ମା ମଙ୍ଗଳା ଜୁଏଲର୍ସ ୨୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା ଗାହାଣ ଓ ସର୍ବେଶ୍ୱର ଔଷଧ ଦୋକାନରୁ ପଚାଶ ହଜାରରୁ ଅଧିକ ଟଙ୍କାର ଜିନିଷ ସହ ନଗଦ ଟଙ୍କା ଚୋରି ହୋଇ ଥିବା ନେଇ ସୁନା ଦୋକାନ ର ମାଳିକ ପ୍ରମୋଦ ସାହୁ ଓ ଓଷଧ ଦୋକାନ ମାଲିକ ପ୍ରଫୁଲ ସାମଲ ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ପାଇବା ପରେ ଭଦ୍ରକ ଗ୍ରାମାଂଚଳ ଥାନାର ଜମ୍ଭବତୀ ପଟ୍ଟାୟତଙ୍କ ତତ୍ୱାବଧାନ ଏକ ସାଇଂଟିଫିକ ଟିମ କୁକୁର ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ କୁକୁର ରମ୍ଭିଳା କେନାଲ ବନ୍ଧରେ କିଛି ବାଟ ଯାଇଥିବା ବେଳେ କେନାଲ ବନ୍ଦରୁ ଦୋକାନ ଭଙ୍ଗା ପାଇଁ ବ୍ୟବହାର ହୋଇଥିବା ସାବୁଳ, ଗହଣା ଦୋକାନର ଭଙ୍ଗା ହାଡଡ଼ିସ୍କ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ରାଣୀତାଲରେ ବାରମ୍ବାର ଚୋରି ହେଉ ଥିବା ବେଳେ ଏଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ସାଧାରଣରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.