Home ଜିଲ୍ଲା ପରିକ୍ରମା ରାଣୀତାଲ ଏଫସିଆଇ ରେଳଫାଟକ ଠାରେ ସାଂସଦଙ୍କ ଉଦ୍ୟମରେ ନିର୍ମାଣ ହେବ ଉଡନ୍ତା ପୋଲ

ରାଣୀତାଲ ଏଫସିଆଇ ରେଳଫାଟକ ଠାରେ ସାଂସଦଙ୍କ ଉଦ୍ୟମରେ ନିର୍ମାଣ ହେବ ଉଡନ୍ତା ପୋଲ

10

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ରାଣୀତାଲ ଏଫ. ସି଼ ଆଇ଼ ରେଳ ଫାଟକ ଠାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଙ୍କ ପ୍ରଚେଷ୍ଟାରେ ନିର୍ମାଣ ହେବ ରେଳ ଉଡ଼ନ୍ତା ପୋଲ। କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଦ୍ୱାରା ଏହି ପ୍ରକଳ୍ପ ଅନୁମୋଦନ ପ୍ରାପ୍ତ ହୋଇଛି। ଏଠାରେ ସୂଚନାଯୋଗ୍ୟ ରାଣୀତାଲ ରେଳ ଫାଟକ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ,କେନ୍ଦୁଝର ଜିଲ୍ଲାର ଗମନାଗମନ ର ଏକ ମୁଖ୍ୟ ରାସ୍ତା। ଧାମରା ବନ୍ଦର ପ୍ରତିଷ୍ଠା ହେବା ପରେ ଏହା ଏକ ବ୍ୟସ୍ତ ବହୁଳ ରେଳଫାଟକ ହୋଇଛି। ଯାହା ଫଳରେ ଜନସାଧାରଣ ବହୁ ସମୟ ଧରି ଅଟକିବାକୁ ପଡ଼ୁଥିଲା। ଏଥିପାଇଁ ଜନସାଧାରଣ ବିଭିନ୍ନ ସଂଗଠନ ଦ୍ୱାରା ଧାରଣା, ଆନ୍ଦୋଳନ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦:୫୦ ଭାଗ ଅଂଶ ଦ୍ୱାରା ନିର୍ମାଣ ହେବ। କେନ୍ଦ୍ର ରେଳ ବିଭାଗ ଦ୍ୱାରା ଅନୁମୋଦନ ପ୍ରାପ୍ତ ହୋଇ ଓଡ଼ିଶା ସରକାରଙ୍କ ଅଂଶ ଡିପିଆର ପାଇଁ ପଠାଯାଇଛି। ଏହା ଖୁବ୍ ଶୀଘ୍ର ଅନୁମୋଦିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଜନସାଧାରଣଙ୍କ ତରଫରୁ ସାଂସଦ ଶ୍ରୀ ସେଠୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.