Home ଜିଲ୍ଲା ପରିକ୍ରମା ରାଣୀତାଲରେ ଜଳ ନିଷ୍କାସନ ସମସ୍ୟା, କ୍ଷେତ୍ର ପରିଦର୍ଶନ କଲା ଜିଲା ପ୍ରଶାସନ

ରାଣୀତାଲରେ ଜଳ ନିଷ୍କାସନ ସମସ୍ୟା, କ୍ଷେତ୍ର ପରିଦର୍ଶନ କଲା ଜିଲା ପ୍ରଶାସନ

39

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାଣୀତାଲ ବଜାର ଠାରେ ୧୬ନଂ ଜାତୀୟ ରାଜପଥ କାର୍ଯ୍ୟ ପାଇଁ ଲୋକାଲ ରୋଡ୍ ଏତେ ତଳୁଆ କରାଯାଇଛି ଯେ ବର୍ଷାଦିନେ ରାଣୀତାଲ ଭାସିବ। ଏ ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପରେ ଚେତିଛି ଜିଲା ପ୍ରଶାସନ। ଆଜି ଅପରାହ୍ନରେ ଭଦ୍ରକ ତହସିଲଦାର ମଧୁସୂଦନ ନାୟକଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ଭଟ, ସୁପରଭାଇଜର ରଂଜିତ ଦାସ, ସହରାଞ୍ଚଳ ରାଜସ୍ୱ ନିରୀକ୍ଷକ ଜ୍ୟୋତିରଂଜନ ପଣ୍ଡା, ରମ୍ଭିଳା ରାଜସ୍ୱ ନିରୀକ୍ଷକ ଅଙ୍କତି ସିଂ, ରାଣୀତାଲ ହାଇଟେକ କଲେଜ ଠାରୁ ରାଣୀତାଲ ବଜାର ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ରାସ୍ତା ଦୁଇ ପାଶ୍ୱର୍ରେ ପାଣି ନିଷ୍କାସନ ନାଳ ଯଥାଶୀଘ୍ର ଖୋଲିବାକୁ ରାସ୍ତା ନିର୍ମାଣ କରୁଥିବା ଡିବିଏଲ୍ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଜଗଦଳପୁର ସରପଞ୍ଚ ତିଳୋତ୍ତମା ମହାପାତ୍ର, ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର, ପ୍ରଶାନ୍ତ ସାହୁ, ନରେନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ଶ୍ରୀପତି ମହାପାତ୍ର ପ୍ରମୁଖ ଯୋଗ ଦେଇ ପାଣିନାଳ ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.