Home ଜିଲ୍ଲା ପରିକ୍ରମା ରାଣୀତାଲରେ ଖୋଲିଲା ଜଲଛ

ରାଣୀତାଲରେ ଖୋଲିଲା ଜଲଛ

31

ତ୍ର
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଡେରିରେ ହେଲେ ମଧ୍ୟ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ଛକରେ ଖୋଲିଲା ଜଲଛତ୍ର! ରାଣୀତାଲ ବରିଷ୍ଠ ନାଗରିକ ମଞ୍ଚ ଓ ରାଣୀତାଲ ଶିବମୁନୀ ଆଶ୍ରମ ତରଫରୁ ରାଣୀତାଲ ବଜାରରେ ଏକ ଜଳଛତ୍ର ଖୋଲାଯାଇଛି! ଏହି ମର୍ମରେ ଅନୁଷ୍ଠିତ ସଭାରେ ରାଣୀତାଲ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଭାଗିରଥି ନାୟକ ଉଦଘାଟନ କରିବା ସହ ରାଣୀତାଲ ଭଳି ଏକ ଜାଗାରେ ଜଲଛତ୍ରଟିଏ ଖୋଲିବାକୁ ନା ଜିଲ୍ଲା ପ୍ରଶାସନ ନା ନିର୍ବାଚିତ ପ୍ରତିନିଧି କେହି ଚେଷ୍ଟା ନ କରିବାରୁ ଆମେ ବାଧ୍ୟ ହୋଇ ଏହି ଜଳଛାତ୍ର ଖୋଲିଥିବା ପ୍ରକାଶ କରିଛନ୍ତି! ଏଠାରେ ସ୍ମରଣଯୋଗ୍ୟ ରାଣୀତାଲ ବଜାର ଏକ ବ୍ୟସ୍ତ ବହୁଳ ଅଞ୍ଚଳ ହୋଇ ଥିବା ବେଳେ ମାର୍ଚ୍ଚ ଠାରୁ ଖରା ପ୍ରବଳ ହେଉ ଥିବା ବେଳେ ଏ ଅଞ୍ଚଳରେ ଜଳଛତ୍ର ନ ହେବା ଦୁଃଖର ବିଷୟ! ଅନ୍ୟ ମାନଙ୍କ ମଧ୍ୟରେ ରାଣୀତାଲ ଶିମୁନୀ ଆଶ୍ରର ସଭାପତି ବିନୋଦ ବିହାରୀ ବାରିକ,ଯୋଗାଚାର୍ଜ ଦଶରଥ ପଣ୍ଡା, ଅଞ୍ଜନ କୁମାର ଲେଙ୍କା, ରମେଶ ବେହେରା, କୃଷ୍ଣଚନ୍ଦ୍ର ସେନାପତି, ରାଧାଶ୍ୟାମ ନାୟକ, ବସନ୍ତ ମହାପାତ୍ର,ପ୍ରଳୟ ମିଶ୍ର ଯୋଗ ଦେଇଥିଲେ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.