Home ଜିଲ୍ଲା ପରିକ୍ରମା ରାଣୀତାଲରେ କେନାଲ ଭାଙ୍ଗି ଘରେ ପଶିଲା ପାଣି

ରାଣୀତାଲରେ କେନାଲ ଭାଙ୍ଗି ଘରେ ପଶିଲା ପାଣି

14

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲରୁ ବାଲିଖଣ୍ଡକୁ ଯାଉଥିବା ରାସ୍ତା ର କେନାଲ ପୋଲ କାମ ଚାଲିଥିବା ବେଳେ ରାତି ଚାରିଟା ରେ କେନାଲରେ ଆସିଲା ପାଣି । ଯାହା ଫଳରେ କେନାଲ ଭାଙ୍ଗି ଘରେ ପଶିଲା ପାଣି। ସୂଚନା ଅନୁସାରେ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲରୁ ବାଲେଶ୍ୱର ଜିଲ୍ଳାର ବାଲିଖଣ୍ଡ ଅଂଚଳକୁ ଯିବା ପାଇଁ ରାଣୀତାଲ କେନାଲ ଉପରେ ଥିବା ଏକ ପୋଲ ଯାହା ୧କୋଟି ୯୮ଲକ୍ଷ ଟଙ୍କାର ଟେଣ୍ଡର ହୋଇ ମଇ ମାସରୁ କାମ ଆରମ୍ଭ ହୋଇଥିବା ବେଳେ ଠିକାଦାରଙ୍କର କାର୍ଯ୍ୟର ଅହେତୁକ ବିଳମ୍ୱ ହୋଇଥିଲା। କେନାଲକୁ ମାଟି ଦ୍ୱାରା ବନ୍ଦ କରି କାମ ଚାଲୁଥିଲା। କିଛିଦିନ ହେବ କାମ ସାରିଥିଲେ ବି ଠିକାଦାର କେନାଲରୁ ମାଟି କାଢି ନଥିଲେ। ଏପଟେ ବିନା ସୂଚନାରେ ଗତକାଲି ରାତିରେ ହଡ଼ଗଡ଼ରୁ ପାଣି ଛାଡି ଥିବାରୁ ରାତି ଚାରିଟା ବେଳେ ପାଣି କେନାଲର ଡାହାଣ ପାଖ ବନ୍ଦ ଡେଇଁ ସ୍ଥାନୀୟ ଗର୍ଧନ ପୁର ଗାଁ ଲୋକଙ୍କ ଘରେ ପାଣି ପଶିଥିଲା। ଯାହା ଫଳରେ କିଛି ଲୋକଙ୍କ ଘରର କାନ୍ତ ପଡି ଯାଇଥିବା ବେଳେ ଅନ୍ୟ କିଛି ଲୋକଙ୍କ ଘରେ ପାଣି ଚାଲୁଥିବାର ଦେଖାଯାଇଛି। ଲୋକମାନେ ଶୋଇଥିବା ବେଳେ ହଠାତ ପାଣି ଆସିବାରୁ ଲୋକ ମାନେ ଜୀବନ ବିକଳରେ ଉଚ୍ଚା ସ୍ଥାନକୁ ପଳାଇ ଯାଇଥିଲେ। କିଛି ଲୋକ ଧାନ ତଳା ପକାଇଥିବା ବେଳେ ତାହା ନଷ୍ଟ ହୋଇଯାଇଥିବା କିଛି ଲୋକ ପ୍ରକାଶ କରିଛନ୍ତି। ଖବର ପାଇ ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶ, ରାହାଞ୍ଜ ସମବାୟ ସମିତିର ସଭାପତି ତଥା ସାମ୍ବାଦିକ ତପନ କୁମାର ପଣ୍ଡା, ରାଣୀତାଲ ବଜାର କମିଟିର ସଭାପତି ସୁକାନ୍ତ ସାହୁ ପହଂଚି କ୍ଷତିଗ୍ରସ୍ତ ଲୋକଙ୍କ ଅସୁବିଧାକୁ ରମ୍ଭିଳା ରାଜସ୍ୱ ନିରୀକ୍ଷକ ଗୌତମ ମଲ୍ଲିକଙ୍କୁ ଅବଗତ କରିଥିଲେ। ପରେ ଠିକାଦାର ପହଂଚି କେନାଲରୁ ମାଟି କାଢିଥିଲେ ବି ସ୍ଥାନୀୟ ଲୋକ କ୍ଷତିପୂରଣ ପାଇଁ ଦାବୀ କରିଥିଲେ! ଅନ୍ୟପଟେ ଘଟଣାକୁ ୧୨ଘଂଟାରୁ ଅଧିକ ସମୟ ବିତି ଯାଇଥିବା ବେଳେ ନା ଲୋକପ୍ରତିନିଧି ନା ଜିଲ୍ଲା ପ୍ରଶାସନ କେହବିି କ୍ଷତିଗ୍ରସ୍ତଙ୍କ ପାଖରେ ପହଁଚି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.