Home କେନ୍ଦୁଝର ରାଣୀଙ୍କୁ ସହାୟତା କଲେ ସମାଜସେବୀ

ରାଣୀଙ୍କୁ ସହାୟତା କଲେ ସମାଜସେବୀ

60

ହାଟଡ଼ିହି,୨୭/ ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଭିନ୍ନ ଗଣମାଧ୍ୟମରେ ପାଠପଢ଼ିବାକୁ ମୁଲ ଲାଗୁଛି ରାଣୀ ଖବର ପ୍ରକାଶ ପାଇବାପରେ ରାଣୀଙ୍କୁ ପାଠପଢ଼ାରେ ସହଯୋଗ କରିବାପାଇଁ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ଆଗେଇ ଆସୁଛନ୍ତି । ଆନନ୍ଦପୁର ଅଞ୍ଚଳର ଯୁବ ସମାଜସେବୀ ବିଶ୍ୱନାଥ ପ୍ରତାପ ଜେନା ରାଣୀଙ୍କୁ ପାଞ୍ଚ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିବା ସହିତ ସେ କିପରି ଉଚ୍ଚଶିକ୍ଷା ଲାଭ କରିବ ସେନେଇ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ । ସବୁ ସମୟରେ ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରାଣୀର ମାଙ୍କୁ ପ୍ରତିଶୃତି ଦେଇଥିଲେ । ଏଠାରେ ସୁଚନାଯୋଗ୍ୟ ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ରାଣୀ ହେମ୍ରମ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୧୧ମାର୍କ ରଖିଥିବାବେଳେ ଉଚ୍ଚ ଶିକ୍ଷା ପାଇଁ ପ୍ରବଳ ଆଗ୍ରହ ଥିଲେବି ପାରିବାରିକ ଅଭାବ ଅନାଟନ ଯୋଗୁଁ ତାଙ୍କ ଉଚ୍ଚଶିକ୍ଷା କରିବାର ଆଶା ମଉଳି ଯାଇଥିଲା । ଏପରିକି ଆର୍ôଥକ ଅଭାବ ଅନାଟନ ଯୋଗୁଁ ସେ ନିୟମିତ ମୁଲ ମଜୁରୀ ଲାଗି ପରିବାର ଚଳାଇବା ସହିତ କିଛି ଅର୍ଥ ସଞ୍ଚୟ କରି ଯୁକ୍ତ ୨ପଢ଼ିବା ସହିତ ଡାକ୍ତର ହେବାକୁ ଲକ୍ଷ ରଖିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସମଗ୍ର ଓଡିଶାରେ ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କ ଉଚ୍ଚ ଶିକ୍ଷାପାଇଁ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ଏପରିକି ସ୍ଥାନୀୟ ବିଧାୟକ ତାଙ୍କୁ ପୌଷ୍ୟ ଭାବେ ଗ୍ରହଣ କରିବା ସହିତ ତାର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.