Home ଜିଲ୍ଲା ପରିକ୍ରମା ରାଢି ନିହାରି ମହାସଂଘର କାର୍ଯ୍ୟକାରୀ ବୈଠକ ଓ ନୂତନ ରାଜ୍ୟ କମଟି ଗଠନ

ରାଢି ନିହାରି ମହାସଂଘର କାର୍ଯ୍ୟକାରୀ ବୈଠକ ଓ ନୂତନ ରାଜ୍ୟ କମଟି ଗଠନ

30

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବନ୍ତଛକ ଠାରେ ଥିବା ଆଖଣ୍ଡମଣି ଅତିଥି ଭବନରେ ରାଜ୍ୟ ନିଆରି ରାଢି ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଚଳିତ ବର୍ଷ ପାଇଁ ନୂତନ ରାଜ୍ୟ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା । ଏଥିରେ ସଭାପତି ଗୋରାଚାନ୍ଦ ମାଝୀ ସଭାପତିତ୍ୱ କରିଥିଲେ। ରାଢ଼ି ନିଆରି ଜାତୀ ଆଜି ଅବ ହେଳିତ । ଦୀର୍ଘ୍ ୩୦ ବର୍ଷ ହେଲା ରାଢ଼ି, ନିଆରୀ ଜାତିକୁ ରାଜ୍ୟ ଓ କେନ୍ଦ୍ର ସରକାର ଏସ ସି ଜାତିରୁ ବାଦ ଦିଆଯାଇଛି। ରାଢି , ନୀଆରି ଓ କେଉଟ ଏକ ସମ୍ପ୍ରଦାୟ । ସେ ଜାତିକୁ ସରକାର ଅଗ୍ର। ଧିକାର ଦେଇଚନ୍ତି କିନ୍ତୁ ଏ ମାନେ ଦୁଃଖ କଷ୍ଟରେ ରହୁଛନ୍ତି ଏ ବିଷୟରେ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାପାଇଁ ବୈଠକରେ ସ୍ତିର କରାଯାଇଥିଲା।ଅନେକ ବକ୍ତା ନିଜର ମତ ରଖି ଥିଲେ। ଅତିଥି ମାନକର ପରିଚୟ ଓ ସ୍ୱ।ଗତ ଭାଷଣ ପୂର୍ବତନ ରାଜ୍ୟ ଉପସଭାପତି ନିତ୍ୟା ନନ୍ଦ ମହାଳିକ ଦେଇ ଥିଲେ। ପରେ ନୂତନ ରାଜ୍ୟ କମିଟି ଗଠନ୍ କରାଯାଇଥିଲ। ଏଥିରେ ଉପଦେଷ୍ଟା ଭାବେ ବିଶ୍ୱନାଥ ବେହେରା ସଭାପତି କୃପା ସିନ୍ଧୁ ଦଳେଇ, କାର୍ଯ୍ୟ କାରୀ ସଭାପତି ଅକ୍ଷୟ କୁମାର ବେହେରା, ଉପସଭାପତି ନିତ୍ୟାନନ୍ଦ ମହାଳିକ, ଗୋରା ଚାନ୍ଦ ମାଝୀ, ସାଧାରଣ ସମ୍ପାଦକ୍ ସନାତନ ମଣ୍ଡଳ, କାର୍ଯ୍ୟ କାରୀ ସମ୍ପାଦକ ନିରାକାର୍ ଦଳେଇ, ଦାମୋଦର୍ ରାଉତ ସଂଗଠନ ସମ୍ପାଦକ ,ସହ ସମ୍ପାଦକ୍ ବିଜୟ କୁମାର ସାହୁ, ପରେଶ୍ କୁମାର ବେହେରା, କୋଷାଧ୍ୟକ୍ଷ ଅଜୟ କୁମାର ବେହେରା, କାର୍ଯ୍ୟ କାରୀ ସଦସ୍ୟ ଭାବେ ପୂର୍ଣ୍ଣ ଚନ୍ଦ୍ର ବେହେରା, ଭରତ ଚନ୍ଦ୍ର ବେହେରା, ମନୋଜ ବେହେରା, ଅତୁଳ ବେହେରା,ବସନ୍ତ ବେହେରା, ଧୀରେନ୍ଦ୍ର ବେହେରା, ରମାକାନ୍ତ ନ।ୟକ୍‌,ଅନିରୁଦ୍ଧ ମଙ୍ଗଳ,ଜଗନ୍ନାଥ ବାବୁ, ମହେଶ୍ୱର ସାହୁ,ଧନେଶ୍ୱର ବେହେରା, ନିବେଦିତା ବେହେରାଙ୍କୁ ମନୋନୀତ କରାଯାଇଥିଲା। ଶେଷରେ ଭରତ ଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.