Home ଓଡ଼ିଶା ରାଜ୍ୟ ୫୮୭ଟି ପୁଲିସ ଷ୍ଟେସନରେ ଜନସାଧାରଣ  ଉନ୍ନତ ସେବା ପାଇବାକୁ ସରକାର ୧୭.୫ କୋଟି ଟଙ୍କା...

ରାଜ୍ୟ ୫୮୭ଟି ପୁଲିସ ଷ୍ଟେସନରେ ଜନସାଧାରଣ  ଉନ୍ନତ ସେବା ପାଇବାକୁ ସରକାର ୧୭.୫ କୋଟି ଟଙ୍କା କଲେ ମଞ୍ଜୁର

486

ଭୁବନେଶ୍ୱର୨୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାଜ୍ୟରେ ଥିବା ମୋଟ ୫୮୭ଟି ଥାନା ମାନଙ୍କରେ ଜନସାଧାରଣ ଉନ୍ନତ ସେବା ପାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଅକେ୍‌ଟାବର ୨ ତାରିଖରୁ ଆରମ୍ଭ କରିଥିବା ‘ମୋ ସରକାର’କୁ ଲୋକାଭିମୁଖୀ କରିବାକୁ ଆଜି ୧୭.୫ କୋଟି ଟଙ୍କାର ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମଞ୍ଜୁର କରିଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବେ ବୋଲି ମୁଖଁମନ୍ତ୍ରୀ ଲକ୍ଷରଖି ଅର୍ଥବରାଦ କରିଥିବା ସୁଚନା ମିଳିଛି । ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ, ୧୪୨ଟି ସହାରଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଏବଂ କଟକ-ଭୁବନେଶ୍ୱର ପୁଲିସ କମିଶନରେଟ୍ ଅଧିନରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ସେହିପରି ୪ଟି ମହିଳା ଥାନା, ୫ଟି ଟ୍ରାଫିକ ଥାନା,୧୫ଟି ରେଳବାଇ ଥାନା,୪ଟି ସାଇବର ଥାନା, ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସଟିଏଫ୍ ଥାନା, ଏଚଆରପିସି ଥାନା, କ୍ରାଇମବ୍ରାଞ୍ଚ ଥାନା ନିମନ୍ତେ ମାସିକ ୩୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.