Home କେନ୍ଦ୍ରାପଡ଼ା ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟ ଉଦଘାଟିତ

ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟ ଉଦଘାଟିତ

179

କେନ୍ଦ୍ରାପଡା ୩/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କ୍ରୀଡାକୁ ସର୍ବଭାରତୀୟ ସ୍ତରରେ କେବଳ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ରାଜ୍ୟର ୩୧୪ଟି ବ୍ଲକ ଓ ୧୪୯ଟି ପୈାରାଚଂଳରେ ଗୋଟିଏ ଗୋଟିଏ ମିନି ଷ୍ଟାଡିୟମ କରିବା ପାଇଁ ୨୦ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡାର ଏହି ଖେଲପଡିଆରେ ଷ୍ଟାଡିୟମ ନିମନ୍ତେ ଏକ କୋଟି ଟଙ୍କା ଓ ଏହାର ବାମପାଶ୍ୱର୍ରେ ଏକ ଜିମନାସିୟମ ନିମନ୍ତେ ୫୦ଲକ୍ଷ ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏହା ହେଉଛି ସୂର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମଭୂମୀ। ବିଧାୟକ ଶଶୀଭୂଷଣ ବେହେରାଙ୍କ ଅନୁରୋଧ କ୍ରମେ ଏଠାରେ ଏକ ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ପ୍ରତିଷ୍ଠା ହେବ। ଏଥିନିମନ୍ତେ ଜିଲ୍ଲା ସଦର ମହକୁମା ଠାରୁ ୨/୩ କିଲୋମିଟର ଦ୍ୱରତା ମଧ୍ୟରେ ୧୮ରୁ ୨୦ ଏକର ଜମି ଆବଶ୍ୟକ ଥିବା ବେଳେ ଜିଲ୍ଲାପାଳ ଜମି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଏଥିସହିତ ଏଠାରେ ଏକ ଷ୍ପୋଷ୍ଟର୍ସ ହଷ୍ଟେଲ ମଧ୍ୟ କରାଯିବ। କ୍ରୀଡା କ୍ଷେତ୍ରରେ କେନ୍ଦ୍ରାପଡା ଭଳି ଖ୍ୟାତିସମ୍ପନ୍ନ ଜିଲ୍ଲା କିଭଳି କ୍ରୀଡା କ୍ଷେତ୍ରରେ ଗୈାରବ ଅର୍ଜ୍ଜନ କରିବ ସେଥି ନିମନ୍ତେ ଆମେ ପ୍ରୟାସ ଜାରିରଖିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମୀ କେନ୍ଦ୍ରାପଡା ମାଟିରେ ଏକ ସ୍ପେ୍ୱାର୍ଟସ କମ୍ପେ୍ଲକ୍ସ କରାଯିବାକୁ କ୍ରୀଡା ବିଭାଗ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଂଟ ଆମ ପାଇଁ ଚିରସ୍ମରଣୀୟ ହୋଇ ରହିବ। କେନ୍ଦ୍ରାପଡାରେ କ୍ରୀଡା ପ୍ରତିଭା ଭରପୁର ହୋଇଥିବାରୁ କ୍ରୀଡା ବିଭାଗ ପକ୍ଷରୁ ନିକଟରେ ଘୋଷଣା କରାଯାଇଥିବା ହାଇ ପରଫରମାନ୍ସ ସେଂଟର ଏଠାରେ ଗୋଟିଏ କରାଯିବାକୁ ଦାବି କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିଥିମାନେ ଫୁଟବଲ ଟୁର୍ଣ୍ଣାମେଂଟର ଟ୍ରଫିକୁ ଅନାବରଣ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସ୍ଥାପିକା ଧରିତ୍ରୀ ପାଣିଗ୍ରାହୀ ଉତ୍ସବର ସଂଯୋଜନା କରିଥିଲେ। ଫୁଟବଲ ସଙ୍ଘ ସଭାପତି ମହମ୍ମଦ ଅମୀର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଟବଲ ସଙ୍ଘ ସମ୍ପାଦକ ସେକ ସଲ୍ଲାଉଦ୍ଦିନ, ସହସମ୍ପାଦକ ସେକ ନସିମୁଦ୍ଦିନ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଆଜିର ଉଦଘାଟନୀ ମ୍ୟାଚ ଭଦ୍ରକର ୟୁନାଇଟେଡ କ୍ଲବ ଓ କଟକର ଜାଗୁଳାଇ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥବା ବେଳେ ୩-୧ରେ ଜାଗୁଳାଇ କ୍ଲବ ବିଜୟ ହାସଲ କରିଥିବା ଜଣାପଡିଛି। ପ୍ରଥମେ ମନ୍ତ୍ରୀ ଶ୍ରୀ ବେହେରା, ସାଂସଦ ଶ୍ରୀ ମହାନ୍ତି, ବିଧାୟକ ଶ୍ରୀ ବେହେରା ମେଡିକାଲ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଉତ୍ସବ ସ୍ଥଳକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.