Home ଜିଲ୍ଲା ପରିକ୍ରମା ରାଜ୍ୟ ସାମ୍ବାଦିକ ସଂଘ(ଏସ୍‌ୟୁଜେ)ର ଜିଲ୍ଲା ସଂଘ ଗଠିତ, ସାମ୍ବାଦିକଙ୍କ କଲ୍ୟାଣ କ୍ଷେତ୍ରରେ ସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଜ୍ୟ ସାମ୍ବାଦିକ ସଂଘ(ଏସ୍‌ୟୁଜେ)ର ଜିଲ୍ଲା ସଂଘ ଗଠିତ, ସାମ୍ବାଦିକଙ୍କ କଲ୍ୟାଣ କ୍ଷେତ୍ରରେ ସଂଘର ଭୂମିକା ଗୁରୁତ୍ୱପୂର୍ଣ୍ଣ

29

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ଉନ୍ନତିମୂଳକ ସମସ୍ତ ପ୍ରକାର ଯୋଜନା ପ୍ରଣୟନ କରିଥିବା ବେଳେ ଏକମାତ୍ର ସାମ୍ବାଦିକମାନେ ଅବହେଳିତ ହୋଇ ରହିଯାଇଛନ୍ତି । କେବଳ ସ୍ୱାସ୍ଥ୍ୟବୀମାକୁ ବାଦ୍ ଦେଲେ ଅନ୍ୟ କୌଣସି ସୁବିଧା ସାମ୍ବାଦିକଙ୍କ ପାଇଁ ନାହିଁ । ସାମ୍ବାଦିକଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠିର ଆବଶ୍ୟକତା ଯଥେଷ୍ଟ ରହିଛି । ଏଥିଲାଗି ରାଜ୍ୟର ସମସ୍ତ ସାମ୍ବାଦିକ ସଂଘ ଏକ ହୋଇ ସରକାରଙ୍କ ପାଖରେ ଦାବିକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବା ଉଚିତ ବୋଲି ଆଜି ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌ୟୁଜେ)ର ଜିଲ୍ଲା ବୈଠକରେ ସଂଘର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ପ୍ରତାପ ଦାସଙ୍କ ଆବାହକତ୍ୱରେ ସାଳନ୍ଦୀ ଜଳସେଚନ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ଜିଲ୍ଲା ବୈଠକରେ ସାମ୍ବାଦିକ ତପନ ସ୍ୱାଇଁ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଅତିଥି ଭାବେ ରାଜ୍ୟ ସଭାପତି କୈଳାସ ନାୟକ, ପର୍ଯ୍ୟବେକ୍ଷକ ଜାତୀୟ ସାମ୍ବାଦିକ ସଂଘର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଚନ୍ତାମଣି ପାଢ଼ୀ, ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ, ନିହାର ଦାସ, ତପନ କୁମାର ମିଶ୍ର ମଞ୍ଚାସୀନ ଥିଲେ । ଜିଲ୍ଳା ସ୍ତରରେ ସଂଘଠନକୁ ସୁଦୃଢ଼ କରି ସାମ୍ବାଦିକଙ୍କ ସମସ୍ୟାକୁ ରାଜ୍ୟ ସଂଘର ସହଯୋଗରେ ସରକାରଙ୍କ ପାଖରେ ପହଞ୍ଚାଇବା ସଂଘର ମୁଖ୍ୟ ଆଭିମୁଖ୍ୟ ହେବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଜିଲ୍ଲା ସଂଘ ଗଠନ କରାଯାଇଥିଲା । ସଭାପତି ଭାବେ ପ୍ରତାପ ଦାସ, ସମ୍ପାଦକ ତପନ କୁମାର ମିଶ୍ର, ମୁଖ୍ୟ ଉପଦେଷ୍ଟା ନୀହାର ଦାସ, ଉପଦେଷ୍ଟା ବାସୁଦେବ ତ୍ରିପାଠୀ,ତପନ ସ୍ୱାଇଁ, ଧ୍ରୁବଚରଣ ବାରିକ, ଅମର ବାରିକ, କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର, ଉପସଭାପତି ଶିବାନନ୍ଦ ଦାସ ଓ ରଜତ କୁମାର ପଣ୍ଡା, ସହସମ୍ପାଦକ ସନାତନ ରାଉତ, ପ୍ରଭାତ କୁମାର ଦାସ ଏବଂ ପ୍ରିୟବ୍ରତ ଦାସ, କୋଷାଧ୍ୟକ୍ଷ ବିନୋଦ ଧଳସାମନ୍ତ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅଜୟ କୁମାର ପଣ୍ଡା, ସଂଜୀବ କୁମାର ମହାନ୍ତି ଏବଂ ପ୍ରଭାତ କୁମାର ସାମଲ ମନୋନୀତ ହୋଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ନାୟକ, କମଳାକାନ୍ତ ପରିଡ଼ା, ଗୁଲାମ ଜିଲାନୀ ହବିବି, ଓମ୍ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.