Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାର ମହିଳା ସୁରକ୍ଷା ନେଇ ଚିନ୍ତାଶୂନ୍ୟ : କଂଗ୍ରେସ ପ୍ରଭାରୀ

ରାଜ୍ୟ ସରକାର ମହିଳା ସୁରକ୍ଷା ନେଇ ଚିନ୍ତାଶୂନ୍ୟ : କଂଗ୍ରେସ ପ୍ରଭାରୀ

11

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କଂଗ୍ରେସର କର୍ମୀ ସମ୍ମିଳନୀ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇଥିଲେ। ବାସୁଦେବପୁର ବିଧାୟକ ଆଶୋକ ଦାସ, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ନାରୀ ନେତ୍ରୀ ମଧୁମିତା ସେଠୀ, ନବଜ୍ୟୋତି ପଟ୍ଟନାୟକ, ପ୍ରାକ୍ତନ ବିଧାୟକ କୁମାର ଚିରଞ୍ଜିବ, ଅମୀୟ ମହାପାତ୍ର, ରଂଜନ ବେହେରା, ଅସିତ୍ ପଟ୍ଟନାୟକ , ଯୁବନେତା ଦେବରୂପ ମହାନ୍ତି, ନଳିନୀ ମହାନ୍ତି, ସୁବ୍ରତ ଦାସ, ରାଜେନ୍ଦ୍ର ଯେନା, ବଳରାମ ରାଉତ ଙ୍କ ସମେତ ସମସ୍ତ ବିଧାନସଭା କ୍ଷେତ୍ରର ନେତା ଓ କର୍ମକର୍ତା ଯୋଗ ଦେଇଥିଲେ । ଏହି ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ ଅଜୟ ଲୁଲୁ। ଓଡିଶା ରେ ମହିଳା ଓ ଝିଅ ସୁରକ୍ଷିତ ନୁହଁନ୍ତି । ସରକାରୀ ତଥ୍‌ଯ ଅନୁସାରେ ରାଜ୍‌ଯରେ ହଜାର ହଜାର ସଂଖ୍‌ଯାରେ ମହିଳା ନିଖୋଜ ଥିବା ବେଳେ ଗୃହ ବିଭାଗ କରୁଛି କଣ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ଲୁଲୁ । ବିଧାନସଭାରେ ସମ୍ପର୍କରେ କଂଗ୍ରେସ ବିଧାୟକ ପଚାରିଥିବା ପ୍ରଶ୍ନର ଜବାବ ମଧ୍‌ଯ ରଖୁନାହାନ୍ତି ସରକାର। ଏଣୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ମହିଳା ଓ ଶିଶୁ ଙ୍କ ସୁରଗ୍ଧା ଚିନ୍ତା ନାହିଁ ବୋଲି ସେ ଆରୋପ କରିଥିଲେ। ରାଜ୍ୟରେ ମହିଳା ସୁରକ୍ଷା ପାଇଁ ଆଗାମୀ ୨୭ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ ଓ ଭଦ୍ରକ ଜିଲାରୁ ବିପୁଳ ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ଯୋଗଦେବେ ବୋଲି ଦଳୀୟ ନେତାମାନେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.