Home ଓଡ଼ିଶା ରାଜ୍ୟ ସରକାର କାଳିଆ ଯୋଜନା ର ଏକ ସ୍ୱେତପତ୍ର ପ୍ରକାଶ କରନ୍ତୁ ;ବିଜେପି

ରାଜ୍ୟ ସରକାର କାଳିଆ ଯୋଜନା ର ଏକ ସ୍ୱେତପତ୍ର ପ୍ରକାଶ କରନ୍ତୁ ;ବିଜେପି

713

ଭୁବନେଶ୍ୱର୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଆସନ୍ତା ନଭେମ୍ବରରେ ଦିଆଯିବ ବୋଲି ଗତକାଲି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ହେବା ପରେ ଏହାକୁ ନେଇ ବିରୋଧି ଦଳ ମାନେ ସରକାରଙ୍କୁ ସମାଲୋଚନା ଆରମ୍ଭ ହୋଇଛି । ବିଜେପି ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଆଜି ଟାର୍ଗେଟ୍ କରିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କାଳିଆ ଯୋଜନା ଏକ ପ୍ରକାର ଭେଳିକି । ଆଜି ସୁଦ୍ଧା କାଳିଆ ଯୋଜନାର କୌଣସି ସ୍ପଷ୍ଟିକରଣ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାର ସଠିକ୍‌ ହିତାଧିକାରୀ ତାଲିକା ମଧ୍ୟ ପ୍ରକାଶ କରାଯାଇ ନାହିଁ । ରାଜ୍ୟ ସରକାର କାଳିଆ ଯୋଜନା ନେଇ ଏକ ସ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି । କାଳିଆ ଯୋଜନା ପାଇଁ ମୋଟ୍ କେତେ ଚାଷୀ ଆବେଦନ କରିଥିଲେ ଏବଂ କେତେ ଚାଷୀଙ୍କୁ ହିତାଧିକାରୀ ବୋଲି ଚିହ୍ନଟ କରଯାଇଛି । ଏହା ସହ କେତେ ଚାଷୀଙ୍କୁ ଟଙ୍କା ଦିଆଯାଇଛି ବୋଲି ଉକ୍ତ ସ୍ୱେତପତ୍ର ମାଧ୍ୟମରେ ରାଜ୍ୟବାସୀଙ୍କୁ ଓ ଚାଷୀଙ୍କୁ ଜଣାନ୍ତୁ ବୋଲି ବିଜେପି ଦାବି କରିଛି । ଅନେକ ସମୟରେ ମୋବାଇଲକୁ ମେସେଜ୍ ଯାଉଥିବା ବେଳେ ଟଙ୍କା କିନ୍ତୁ ବ୍ୟାଙ୍କ ଆକାଉଣ୍ଟକୁ ଯାଇନଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଯେ, ମୋଟ୍ କେତେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ଡିପୋଜିଟ୍ ହୋଇଛି ଏବଂ ଆଉ କେତେ ଆକାଉଣ୍ଟକୁ ଟଙ୍କା ଦିଆଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.