Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତିର ଉଲ୍ଲେଖନୀୟ ଉପଲବ୍ôଧର ବିବରଣୀ, ଜିଲାର ସମସ୍ୟା ନେଇ ସାଂସଦ-ବିଧାୟକଙ୍କର ଗଣମାଧ୍ୟମ...

ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତିର ଉଲ୍ଲେଖନୀୟ ଉପଲବ୍ôଧର ବିବରଣୀ, ଜିଲାର ସମସ୍ୟା ନେଇ ସାଂସଦ-ବିଧାୟକଙ୍କର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

24

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଏକବର୍ଷର ଉଲ୍ଲେଖନୀୟ ଉପଲବ୍ôଧ ଉପଲକ୍ଷେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ବନ୍ଧୁମାନଙ୍କ ସହ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କର ଜିଲାର ଅଗ୍ରଗତି ଓ ଅଧୁରା ରହିଥିବା ସମସ୍ୟା ଗୁଡିକର ସମାଧାନ ସଂପର୍କରେ ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଗତ ଏକ ବର୍ଷର ସରକାରରେ ଭଦ୍ରକ ଜିଲା ସହ ସହରର ଉନ୍ନତିମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ଉଭୟ ଜନ ପ୍ରତିନିଧି। ଏବଂ ଯେଉଁସବୁ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି, ସେ ସଂପର୍କରେ ଆଲୋଚନା କରିବା ସହ ବାକିଥିବା କାର୍ଯ୍ୟଗୁଡିକ ଓ ବିଶେଷକରି ସହରର ଜଳ ନିଷ୍କାସନ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ସମସ୍ୟା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସିଧା ସଳଖ କଥାବାର୍ତା କରିଥିଲେ। ଏହି ଆଲୋଚନା ଚକ୍ର ପ୍ରାରମ୍ଭରେ ଉଭୟ ଜନ ପ୍ରତିନିଧି ଉପସ୍ଥିତ ଥିବା ବରିଷ୍ଠ ଓ କନିଷ୍ଠ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଆଲୋଚନା କାଳରେ ବିଧାୟକ ଶ୍ରୀ ମହାପାତ୍ର ସାଧାରଣ ଲୋକ ଓ ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ତାଙ୍କର ନିଜସ୍ୱ ଅଫିସ୍ ମାଧ୍ୟମରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ହେଉଥିବା ବିଷୟ ସୂଚନା ଦେଇ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା ସରିଥିବାବେଳେ କେବଳ ସମୟ ଓ ସୁବିଧା ଦେଖି ମନ୍ତ୍ରୀଙ୍କ ଦ୍ୱାରା ତାହା ଘୋଷଣା କରାଯିବ ବୋଲି କହିଥିଲେ। ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଗେଲପୁର ସ୍ଥାନାନ୍ତରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ, ଜିଲାପାଳ, ବିଭାଗୀୟ ମନ୍ତ୍ରୀ ଓ ତାଙ୍କର ପ୍ରତ୍ୟକ୍ଷ ଉପସ୍ଥିତିରେ ଅଧିକାରୀଙ୍କ ସହ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିିଥିବାବେଳେ ତାହାର ସମାଧାନ ଯଥାଶୀଘ୍ର କରାଯାଇ ତାହା ସ୍ଥାନାନ୍ତରଣ କରାଯିବାର ବ୍ୟବସ୍ଥା ହେଉଥିବା ବିଷୟ ସୂଚାଇଥିଲେ। ଭଦ୍ରକର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀର ବିକାଶ ତଥା ସାବରମତୀ ଢାଂଚାରେ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ସେ ୧୫ କୋଟି ଟଙ୍କାର ବ୍ୟୟ ବରାଦ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଯେଉଁ ଆଲୋଚନା କରିଛନ୍ତି, ତାହା ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ବୋଲି ସେ କହିଥିଲେ। ଭଦ୍ରକ ସହରାଂଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୭ କୋଟି ବ୍ୟୟ ବରାଦର ଟେଣ୍ଡର ପ୍ରକ୍ରିୟା ସରି କାର୍ଯ୍ୟାଦେଶ ନିମନ୍ତେ ଜିଲାପାଳଙ୍କ ସହ ଶେଷ ପର୍ଯ୍ୟାୟ ଆଲୋଚନା ହୋଇ ଯଥାଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ। ଭଦ୍ରକ ସହର ବିସ୍ତାପିତ ଦୋକାନୀମାନଙ୍କ ଥଇଥାନ ପାଇଁ ୨.୫ କୋଟି ବ୍ୟୟ ବରାଦରେ ଦୋକାନ ଘର ନିର୍ମାଣ ପାଇଁ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ବିଚାର ବିମର୍ଶ କରାଯାଇ ଯଥାଶୀଘ୍ର ତାହା କାର୍ଯ୍ୟକାରୀ କରାଯିବାର ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଂଚିଛି। ଭଦ୍ରକ ପୌରପାଳିକାରେ ଶନିମନ୍ଦିର ଠାରୁ ୧୬ନଂ ଜାତୀୟ ରାଜପଥ ସର୍ଭିସ୍ ରୋଡ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୬୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ସରିଥିବାବେଳେ ବିଶେଷକରି ବର୍ଷାଋତୁ ପୂର୍ବରୁ ସହରାଂଚଳ ଦେଇ ପ୍ରବାହିତ ନାଜର ନାଳ ସହିତ ମୁଖ୍ୟନାଳ ଗୁଡିକର ସଫେଇ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇ ଯଥାଶୀଘ୍ର ତାହାର ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବାର କହିଥିଲେ। ଭିନ୍ନକ୍ଷମ, ବିଧବା ଓ ବୟସ୍କ ଭତା ଯୋଜନା ଗୁଡିକ କିଭଳି ଭାବେ ତ୍ୱରିତ୍ୱ ହେବ, ସେଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କ ସହ ସଦାସର୍ବଦା ଆଲୋଚନା କରୁଥିବାବେଳେ ଭଦ୍ରକର ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ସହରର ଚତୁଃପାଶ୍ୱର୍ରେ ଚରମ୍ପାକୁ ସଂଯୋଗ କରୁଥିବା ରିଙ୍ଗରୋଡ୍ ନିମନ୍ତେ ଆଲୋଚନା ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ଡିପିଆର ଏବଂ ଅଟକଳ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଶେଷ ପର୍ଯ୍ୟାୟରେ ପହଂଚିଛି। ସେହିଭଳି ସାଳନ୍ଦୀ ଶାଖା ନଦୀ ନାଳିଆ, ବାମ ପାଶ୍ୱର୍ର ରିନୋଭେସନ ନିମନ୍ତେ ୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାଦ୍ୱାରା ୫ ଗୋଟି ପଂଚାୟତର ସାଧାରଣ ଲୋକେ ଉପକୃତ ହେବେ। ଭଦ୍ରକ ବ୍ଲକ୍‌ରେ ଗ୍ରାମପଂଚାୟତର ଉନ୍ନତି କଳ୍ପେ ବିଭିନ୍ନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦ କୋଟିର ବ୍ୟୟ ବରାଦ ସହ ଚଳିତ ଆର୍ଥିକ ବର୍ଷରେ ବହୁଳ ଭାବେ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ୪୦ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବାର ସେ କହିଥିଲେ। ସହରାଂଚଳର ବିକାଶ ନିମନ୍ତେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇ ଚଳିତ ଆର୍ଥିକ ବର୍ଷରେ ଅନୁରୂପ ୪୦ କୋଟିର ବ୍ୟୟ ବରାଦ ନିମନ୍ତେ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ପୌରପାଳିକାର ଉନ୍ନତି ଓ ବିକାଶ ନିମନ୍ତେ ୨୦୨୪-୨୫ ଆର୍ଥିକ ବର୍ଷ ୫୫ କୋଟିର ବ୍ୟୟବରାଦ କରାଯାଇ ଚଳିତବର୍ଷ ୭୦ କୋଟିର ବ୍ୟୟବରାଦ ନିମନ୍ତେ ଆଲୋଚନା ସରିଛି। ଉଠାଜଳସେଚନ ବିଭାଗରେ ଥିବା ୨୦୨୪-୨୫ ଆର୍ଥିକ ବର୍ଷରେ ୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ଚଳିତବର୍ଷ ଜଳସେଚନ ବିଭାଗର ଉନ୍ନତି ପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଗ୍ରାମ ସଡକର ଉନ୍ନତି ନିମନ୍ତେ ବିଶେଷକରି ବ୍ରିଜ୍ ଓ ପିଏମ୍‌ଜିଏସ୍‌ୱାଇ ଏମ୍‌ଏମ୍‌ଏସୱାଇ ରାସ୍ତା ନିମନ୍ତେ ୪୪.୩୧ କୋଟି, ସେତୁବନ୍ଧ ଏଚଏଲ ଯୋଜନାରେ ୨୩.୮୭ କୋଟି, ଅନ୍ୟାନ୍ୟ ଉନ୍ନତିକରଣ ନିମନ୍ତେ ୧୮.୪୫ କୋଟିର ବ୍ୟୟ ବରାଦ ହୋଇଥିବାବେଳେ ଚଳିତବର୍ଷ ୮୦ କୋଟିର ବ୍ୟୟବରାଦ ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ବିଷୟ ଉଭୟ ଜନ ପ୍ରତିନିଧି ଗଣମାଧ୍ୟମଙ୍କୁ କହିଥିଲେ। ଏହି ଆଲୋଚନା କାଳରେ ଜନ ପ୍ରତିନିଧିମାନେ ଜିଲା ଓ ସହରର ବିଭିନ୍ନ ସମସ୍ୟା ସଂପର୍କରେ ସେମାନଙ୍କୁ ଅବଗତ କରାଇଥିବାବେଳେ ବିଶେଷକରି ଅନ୍ୟ ପଡୋଶୀ ଜିଲାରେ ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗୃହ ଯୋଗାଇ ଦିଆଯାଇଥିବାବେଳେ ଭଦ୍ରକ ଜିଲାର ସଦର ମହକୁମାରେ ତାହା ଯୋଗାଇଦେବାକୁ ସମସ୍ତ ପ୍ରତିନିଧିମାନେ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଉତରରେ ଏହି ଗୃହ ଯୋଗାଇଦେବା ନିମନ୍ତେ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବାବେଳେ ୱାନ ଷ୍ଟପ୍ ସେଂଟରଟି ଖୁବଶୀଘ୍ର ସ୍ଥାନାନ୍ତର ହେବାପରେ ତାହା ସେମାନଙ୍କୁ ଅର୍ପଣ କରାଯିବ ବୋଲି ଦୁଇ ପ୍ରତିନିଧି ଉତର ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.