Home କେନ୍ଦ୍ରାପଡ଼ା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

38

କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ୨୦୧୪ ସରକାରଙ୍କ ନିର୍ଦେଶନାମା ଅନୁଯାଇ ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନେ ସେମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସଠିକ ଭାବରେ ସମ୍ପାଦନ କରିଆସୁଛନ୍ତି। ଶିକ୍ଷାର ସାମଗ୍ରୀକ ଉନ୍ନତି ପାଇଁ ସେମାନଙ୍କୁ ସରକାରୀ ଅନୁଦାନ ନିୟମର ଅନ୍ତର୍ଭୁକ୍ତ କରାଯାଇ ଅନୁଦାନ ପ୍ରଦାନ କରାଯିବାକୁ ସଙ୍ଘ ନିବେଦନ କରିଛି। ୨୦୦୮ମସିହା ଠାରୁ ନିଯୁକ୍ତି ପାଇଅ।।ସିଥିବା ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନଙ୍କ ଭବିଷ୍ୟତ ଓ ସେମାନଙ୍କ ପରିବାର ପାଇଁ ସହୃଦୟତାର ସହ ବିଚାର କରାଯାଇ ସେମାନଙ୍କୁ ଅନୁଦାନ ପ୍ରଦାନ ନିମନ୍ତେ ସରକାର ଏକ ନୀତି ପ୍ରଣୟନ କରାଯିବାକୁ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ସଙ୍ଘ ପକ୍ଷରୁ ଅଧ୍ୟାପକ ପ୍ରଭାସ ଚନ୍ଦ୍ର ଜେନା, ବାପୁଜି ମଣ୍ଡଳ, ଶୁଭଶ୍ରୀ ପ୍ରଜ୍ଞାପ୍ରଭା ଷଡଙ୍ଗୀ, ଜାହ୍ନବୀ ପ୍ରିୟମ୍ବଦା ମହାନ୍ତି, ପ୍ରିତିପ୍ରଜ୍ଞା ସାମଲ, ଚିନ୍ମୟୀ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.