Home Top News ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନ ପାଇଁ ଆଧୁନିକୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ – ₹...

ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନ ପାଇଁ ଆଧୁନିକୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ – ₹ ୧୫୦ କୋଟି ମଞ୍ଜୁର

98

– ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ 5T ପଦକ୍ଷେପ
– ବାଲେଶ୍ୱର ଏବଂ ସମ୍ବଲପୁରରେ ନୂତନ ଆଞ୍ଚଳିକ ଫରେନସିକ୍ ଲାବୋରେଟୋରୀ ବିଲଡିଂ

ଭୁବନେଶ୍ୱର ୦୧.୦୮ (ଓଡ଼ିଆ ପୁଅ) ରାଜ୍ୟରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ପାଇଁ ୧୫୦.୦୫ କୋଟି ମଞ୍ଜୁର କରିଛନ୍ତି। ଏହି ଯୋଜନା ‘ଫୋରେନସିକ୍ ସାଇନ୍ସ ସର୍ଭିସେସ୍ ଅର୍ଗାନାଇଜେସନ୍ ଅଫ୍ ଓଡିଶା’ ନାମରେ ପରିଚିତ ହେବ ଏବଂ ୨୦୨୩-୨୪ ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ।

5T ପଦକ୍ଷେପର ଏକ ଅଂଶ ଭାବରେ, ଏହି ଯୋଜନାରେ କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି ଯେଉଁଥିରେ ମାମଲାଗୁଡ଼ିକର ଶୀଘ୍ର ସମାଧାନ, ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲା ସ୍ତରରେ ଫୋରେନସିକ୍ ଲାବୋରେଟୋରୀକୁ ମଜବୁତ କରିବା, ବୈଜ୍ଞାନିକ ଅନୁସନ୍ଧାନର ଉନ୍ନତି, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ଦୋଷୀ ସାବ୍ୟସ୍ତ ହେବା ପାଇଁ ପ୍ରବର୍ତ୍ତନ ପ୍ରକ୍ରିୟାକୁ ଦୃଢ଼ କରିବା ଅନ୍ତର୍ଭୁକ୍ତ।

ବାଲେଶ୍ୱର ଏବଂ ସମ୍ବଲପୁରରେ ନୂତନ ଆଞ୍ଚଳିକ ଫରେନସିକ୍ ଲାବୋରେଟୋରୀ ବିଲଡିଂ ପାଇଁ ₹ ୨୦ କୋଟି, ଯନ୍ତ୍ରପାତି ପାଇଁ ୧୨୫.୨୫ କୋଟି ଏବଂ ମୋବାଇଲ୍ ଫରେନସିକ୍ ଭ୍ୟାନ୍ ପାଇଁ ୫୦ ୩.୫୦ କୋଟି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହିତ ମୋଟ ରାଶିରେ ବିଭିନ୍ନ ଉପାଦାନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.