Home ଓଡ଼ିଶା ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

47

କଟକ, ୨୬/୧୧ (ଓଡ଼ିଆ ପୁଅ) :- ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଅଧିକାରୀ/କର୍ମଚାରୀଙ୍କୁ ସମ୍ବିଧାନ ଦିବସର ଶପଥପାଠ କରାଇଥିଲେ। ଭାରତର ପ୍ରଭୂତା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା, ଦେଶର ରକ୍ଷା, ରାଷ୍ଟ୍ରର ସେବା, ଧର୍ମଗତ, ଭାଷାଗତ ଓ ଆଂଚଳିକ ଭେଦଭାବରୁ ଉର୍ଦ୍ଧ୍ୱରେ ରହି ଭାରତବାସୀଙ୍କ ମଧ୍ୟରେ ଏକତା ଓ ଭାତୃଭାବର ବିକାଶ ଘଟାଇବା, ସ୍ତ୍ରୀ ଲୋକଙ୍କ ସମ୍ମାନ ରକ୍ଷା କରିବା, ଭାରତ ସଂଯୁକ୍ତ ସଂସ୍କୃତିର ଗୌରବଶାଳୀ ପରମ୍ପରାର ପରିରକ୍ଷଣ କରିବା, ବୈଜ୍ଞାନିକ ଦୃଷ୍ଟିକୋଣ, ମାନବଭାବ ତଥା ସଂସ୍କାର ଭାବନାର ବିକାଶ କରିବା, ଦେଶର ସାର୍ବଜନୀନ ସମ୍ପତିର ସୁରକ୍ଷା, ହିଂସା ତ୍ୟାଗ, ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢିବାର ସୁଯୋଗ ଦେବା, ସମ୍ବିଧାନ, ରାଷ୍ଟ୍ରୀୟ ପତାକା ଓ ରାଷ୍ଟ୍ରୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବାକୁ ଡିଜି ଶ୍ରୀ ଅଭୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି(ଆଇନ୍ ଓ ଶୃଙ୍ଖଳା) ଶ୍ରୀ ଆର୍‌.କେ. ଶର୍ମା, ଆଇଜି (ହେଡ୍‌କ୍ୱାର୍ଟର) ଏସ୍‌.ଦେବଦତ ସିଂ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋୟଲ, ଆଇଜି (ପର୍ସୋନେଲ) ଶ୍ରୀ ପ୍ରବୀଣ କୁମାର, ଆଇଜି(କ୍ରାଇମବ୍ରାଂଚ)ଅମିତେନ୍ଦ୍ର ନାଥ ସିହ୍ନା, ଏଆଇଜି(ପ୍ରୋଭିଜନିଂ) ଅଶୋକ ମହାନ୍ତିଙ୍କ ସମେତ ପୋଲିସ୍ ମୁଖ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ, ସହକାରୀ ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ସହକାରୀ ଦୁର୍ଗପତି ଶ୍ରୀ ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.