Home ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ଦୃଷ୍ଟି ଆଢୁଆଳରେ ରଣପୁରର ପର୍ଯ୍ୟଟନ କେନ୍ଦ୍ର

ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ଦୃଷ୍ଟି ଆଢୁଆଳରେ ରଣପୁରର ପର୍ଯ୍ୟଟନ କେନ୍ଦ୍ର

118

ନୟାଗଡ ୨୯/୦୮- (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲାର ରଣପୁର ଯାହାକି ନୟାଗଡଠାରୁ ୨୮କିମି ଖୋର୍ଦ୍ଧାଠାରୁ ୩୮କିମି, ଭୁବନେଶ୍ୱରଠାରୁ ୭୨କିମି, ପୁରୀ ଶ୍ରୀକ୍ଷେତ୍ରଠାରୁ ୭୪ କିମି ଦୂରରେ ଅବସ୍ଥିତ। ଏହି ରଣପୁର ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ରାଜ୍ୟ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ରହୁଥିବା ଜଣା ପଡିଛି। ଯାହା ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ରଣପୁର ଅଂଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ଅବହେଳିତ ଅବସ୍ଥାରେ ପଡି ରହିଛି। ରଣପୁର ଅଂଚଳରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ହେଲେ ରଣପୁର ଅଂଚଳର ଅନେକ ବେକାର କର୍ମନିଯୁକ୍ତି ପାଇପାରିବେ। ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରହିଛି ରଣପୁର ଜଗନ୍ନାଥ ମନ୍ଦିର ଯାହାକି ଶ୍ରୀକ୍ଷେତ୍ର ସହିତ ଅନେକ ସାମଯସ୍ୟ ରହିଛି, ରଣପୁର ଜଗନ୍ନାଥ ମନ୍ଦିର ସହ ରାଜ ପ୍ରସାଦର କିମ୍ବଦନ୍ତୀ ଅଙ୍ଗାଙ୍ଗୀ ଭାବେ ଜଡିତ, ମା ମଣିନାଗ ମନ୍ଦିର ମୈନାକ ଶିଖରରେ ଅବସ୍ଥିତ। ଯେଉଁଠାକୁ ଯିବାକୁ ପିଚୁ ରାସ୍ତାର ସଂଯୋଗୀ କରଣ କରାଯାଇଛି। ତଳ ମଣିନାଗ ପୀଠରେ ପ୍ରତିଦିନ ପର୍ଯ୍ୟଟକମାନେ ଆସି ମନରୋମ ଦୃଶ୍ୟ ଉପଭୋଗ କରିଥାନ୍ତି। ଏଠାରେ ବାଘ ଗୁମ୍ଫା ସାଙ୍ଗକୁ ଗିରି ହନୁମାନ ମନ୍ଦିର ରହିଅଛି।

ସୁଦୁରମାଳ ଅଂଚଳରେ ଗଙ୍ଗେଶ୍ୱରଙ୍କ ପୀଠ ସାଙ୍ଗକୁ ଘଂଚ ଜଙ୍ଗଲରେ ମା ଖିଲାମୁଣ୍ଡାଙ୍କ ପୀଠ। ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନେ ଭେଟବର ର ଶୋଭା ସାଙ୍ଗକୁ ଜଙ୍ଗଲ ରାସ୍ତା ଦେଇ ଯିବା ସମୟରେ ଗଣ୍ଡା, ମୟୁର, ହରିଣ, ବିଭିନ୍ନ ପ୍ରଜାତିର ପକ୍ଷୀ, ହାତୀ ଓ ସରୀସୃପ ମଧ୍ୟ ଦେଖିଥାନ୍ତି। ଏହାସହ ସନ୍ଥ ଅଚ୍ୟୁତା ନନ୍ଦ ଦାଶ ଲେଖିଥିବା ଓଡିଆ ହରିବଂଶର ପୀଠ କମଳେଶ୍ୱର ଦେବ ମଧ୍ୟ ରହିଛନ୍ତି। ରଣପୁର ରେ ପଂଚୁ ମହାଦେବ ସାଙ୍ଗକୁ ଚନ୍ଦନ ପୁଷ୍କରିଣୀର ଶୋଭା ମଧ୍ୟ ପର୍ଯ୍ୟଟକମାନଙ୍କ ମନକୁ ଆକୃଷ୍ଟ କରିଥାଏ। ସେହିଭଳି ଭାବରେ କୋଟଗଡ ନିକଟରେ ଏକ ଗୁମ୍ଫା ମଧ୍ୟ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥାଏ। ଏଥିସହ ରାଜରାଜୁଡା ଅମଳ ସମୟରୁ ଥିବା ଅସୁର କୁମାରୀ ପୀଠକୁ ଦର୍ଶକମାନେ ଦେଖିବା ସହ ଏହିଠାରେ ପିକ୍‌ନିକ୍ ର ମଜା ନେଇଥାନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ରଣପୁର ପର୍ଯ୍ୟଟନ ସ୍ଥଳୀ ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.