Home Coronavirus Outbreak ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ – ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪...

ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ – ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି

59

ନୂଆ ଦିଲ୍ଲୀ ୨୭-୫ (ଓଡ଼ିଆ ପୁ୍ଅ) ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି। ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଟିକା ଖରିଦ କରିବାରେ ଭାରତ ସରକାର ସାହାଯ୍ୟ କରୁଛନ୍ତି। ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଭିନ୍ନ ଅଙ୍ଗ।

ମଇ ୧, ୨୦୨୧ରୁ କୋଭିଡ- ୧୯ ଟିକାକରଣର ଉଦାର ଓ ତ୍ୱରିତ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।

ଏହି ରଣନୀତି ଅନୁଯାୟୀ ପ୍ରତିମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦ ପ୍ରତିଶତ ଭାରତ ସରକାର କିଣିବେ। ଭାରତ ସରକାର ପୂର୍ବଭଳି ଏହି ଟିକା ଡୋଜଗୁଡିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ।

ଉଭୟ ବିନା ମୂଲ୍ୟରେ ଓ ସିଧାସଳଖ ଖରିଦ କରି ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୨୨ କୋଟିରୁ ଅଧିକ (୨୨, ୧୬, ୧୧, ୯୪୦)ଟିକା ଡୋଜ ପ୍ରଦାନ କରିଛନ୍ତି।

ଏଥିରୁ ନଷ୍ଟ ହୋଇଥିବା ଟିକାକୁ ମିଶାଇ ୨୦, ୧୭, ୫୯, ୭୬୮ ଡୋଜ (ସକାଳ ୮ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି।

ଏହାବ୍ୟତୀତ, ୧୧ ଲକ୍ଷ (୧୧, ୪୨, ୬୩୦) ଟିକା ଡୋଜ ପ୍ରକ୍ରିୟାରତ ଅଛି ଓ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.