Home Coronavirus Outbreak ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବରଗଡ ଜିଲ୍ଲା ଗସ୍ତ

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବରଗଡ ଜିଲ୍ଲା ଗସ୍ତ

180

ବରଗଡ ୩୦.୦୪ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି (୩୦.୦୪.୨୦୨୦) ବରଗଡ ଜିଲ୍ଲା ଗସ୍ତ କରି ସହରରେ କୋଭିଡ୍-୧୯ ପାଇଁ ଲାଗିଥିବା “ଲକ୍‌ ଡାଉନ” ସ୍ଥିତି ସମୀକ୍ଷା କରିବା ସହ ପୋଲିସ କର୍ମଚାରୀଙ୍କ କଲ୍ୟାଣ ଓ ଅନ୍ୟାନ୍ୟ ତତ୍ ସଂପର୍କିତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ସମୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଜିଲ୍ଲାର କେତେକ ଥାନା, ପୋଲିସ ବାରାକ, ରିଜର୍ଭ ଲାଇନ ଓ ପୋଲିସ ନିୟନ୍ତ୍ରଣ କକ୍ଷକୁ ବୁଲି ଦେଖିବା ସହ ସଡକ ଓ ଛକ ସ୍ଥାନ ମାନଙ୍କରେ ମୃତୟନ ପୋଲିସ କର୍ମଚାରୀଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଥିଲେ। ଜିଲ୍ଲାରେ କୋଭିଡ୍-୧୯ ସଂପର୍କିତ “ଲକ୍ ଡାଉନ” କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଠିକ ଥିବା ଏବଂ ପୋଲିସ କର୍ମଚାରୀଙ୍କ ମନବଳ ଉଚ୍ଚଥିବା ସେ ଅନୁଭବ କରିଥିଲେ। ଏହି ଗସ୍ତ ସମୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଜିଲ୍ଲାକୁ ଆସିବାକୁ ଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ହୋଇଥିବା ପ୍ରସ୍ତୁତିକୁ ମଧ୍ୟ ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ବରଗଡ ଜିଲ୍ଲାପାଳ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଜିଲ୍ଲାର ସ୍ଥିତି ବାବଦରେ ଅବଗତ କରାଇଥିଲେ।

ଡି.ଜି ଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଶୃଙ୍ଖଳା), ଉତ୍ତରାଞ୍ଚଳ ରେଂଜ ଡି.ଆଇ.ଜି ଏବଂ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.