ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଠାରେ ରାଜ୍ୟସ୍ତରୀୟ ସର୍ବ କନିଷ୍ଠ ଓ କନିଷ୍ଠ ବର୍ଗର ଦ୍ୱିତୀୟ ସୋପାନ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଓଡିଶା ବ୍ୟାଡ଼ମିଂଟନ ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନର ସହଯୋଗରେ ଏବଂ ଜିଲ୍ଳା ସଟଲ ଆସୋସିଏସନର ଆନୁକୂଲ୍ୟରେ ଭଦ୍ରକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଳାପାଳ ଦିଲ୍ଲୀପ ରାଉତରାୟଙ୍କ କର କମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସଟଲ ଆସୋସିଏସନର ସଭାପତି ମହେଶ ପ୍ରସାଦ ଦାସ,ଉପସଭାପତି ଜୟପ୍ରକାଶ ଜେନା, କାର୍ଯ୍ୟକାରିଣୀ ସଦସ୍ୟ ବିଭୁ କଲ୍ୟାଣ ବାରିକ, କିଶୋର ଲଢ଼ା, ନିରଜ ସାହୁ, ସମ୍ପାଦକ ସମୀର କାନ୍ତ ଦାସ, କୋଷାଧକ୍ଷ ରାଜେଶ ଦାସ, ଓଡ଼ିଶା ଷ୍ଟେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ଟୁର୍ନାମେଂଟ ନିର୍ଦେଶକ ଅଜିତ ମହାନ୍ତି, ମ୍ୟାଚ ନିୟନ୍ତ୍ରକ ସ୍ୱାଧୀନ ମିଶ୍ର, ମୁଖ୍ୟ ରେଫେରୀ ଲକ୍ଷ୍ୟପତି ନନ୍ଦ ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଓ ବିଧାୟକ ତାଙ୍କ ଅଭିଭାଷଣରେ ଭଦ୍ରକ ଜିଲ୍ଲାରେ ଏପରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଓଡ଼ିଶା ରାଜ୍ୟ ବ୍ୟାଡ଼ମିଂଟନ ସଂଘର ସଭାପତି ତଥା କମିଶନର ରାଜେଶ ପ୍ରଭାକର ପାଟିଲ ଓ ସମ୍ପାଦକ ନିଲିନ କୁମାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ୧୫୦ ଜଣ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ପ୍ରତିଯୋଗିତାଟି ୩ ଦିନ ଧରି ଚାଲିବ। ଏହି ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ୨୬ଜଣ କ୍ରୀଡା ପରିଚାଳକ ଦଳଙ୍କ ସହିତ ୨୫୦ଜଣ ଅଭିଭାବକ ଯୋଗଦେଇଛନ୍ତି। ସଦସ୍ୟ ବିଶ୍ୱନାଥ ଦତ ସ୍ୱାଗତ ଭାଷଣ ଦେଇଥିବା ବେଳେ, ସଟଲ ଆସୋସିଏସନର ଲୋକ ସମ୍ପର୍କ ଅଧିକାରୀ ରୂପକ ବିହାରୀ ରାୟ ଧନ୍ୟବାଦ ଦେଇଥିଲେ। ଅମ୍ବିକା ମହାପାତ୍ର, ଜୟଜଜ୍ଞ ସେନାପତି, ପରେଶ ବାରିକ,ସୁଜାତା ସାହୁ,ପିୟୁଷ ଦାସ, ମୁକେଶ ପାଣିଗ୍ରାହୀ, ବିଶ୍ୱଜିତ ବଳ, ମୁକ୍ତିକାନ୍ତ ପରିଡା, ଆଶିଷ ରାୟ, ସତ୍ୟବ୍ରତ ସାମଲ ପ୍ରମୁଖ ସହଯୋଗ କରିଥିଲେ।








