Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ବ୍ୟାଡ଼ମିଂଟନ ଟୁର୍ଣ୍ଣାମେଂଟଣ୍ଟଉଦ୍‌ଘାଟିତ

ରାଜ୍ୟସ୍ତରୀୟ ବ୍ୟାଡ଼ମିଂଟନ ଟୁର୍ଣ୍ଣାମେଂଟଣ୍ଟଉଦ୍‌ଘାଟିତ

4
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ସ୍ଥିତ ଇଲେଭେନଷ୍ଟାର କ୍ଲବ ପରିସରରେ ୩୪ତମ ରାଜ୍ୟସ୍ତରୀୟ ଡ଼ବଲ୍ସ ବ୍ୟାଡ଼ମିଂଟନ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟରେ କଟକ, ଭୂବନେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦ୍‌ୁଝର, ବାଲେଶ୍ୱର, ଭଦ୍ରକ,ପୁରୀ, ଯାଜପୁର ଓ ମୟୁରଭଞ୍ଜର ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ। ଟୁର୍ଣ୍ଣାମେଂଟର ଉଦ୍‌ଘାଟନୀ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ଦୁଇ ଦିନିଆ ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କ୍ରିଡ଼ାକୁ ଗୁରୁତ୍ୱାରୋପ କରିଆସୁଥିବା ବେଳେ ଖେଳାଳିଙ୍କ ଠାରୁ କ୍ରିଡ଼ା ପ୍ରେମୀ ମାନେ ବିଜୟ ଆଶା କରିଥାନ୍ତି। ଦଳ ହାରିଲେ ଦର୍ଶକ ପ୍ରତିକିୟା ଶୀଳ ହୋଇଥାନ୍ତି ବୋଲି ସେ କହିଥିଲେ। ଏଥିସହ ଆଗରପଡ଼ା ପରିସ୍ଥାନରେ ଇଣ୍ଢୋରରେ ବ୍ୟାଡ଼ମିଂଟନ ଖେଳ ଆୟୋଜନ କରିବା ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି କହି ରାଜ୍ୟ ସରକାରଙ୍କ କ୍ରିଡ଼ା ବିଭାଗ ପକ୍ଷରୁ ଇଣ୍ଢୋର ହଲ ପାଇଁ ଉଦ୍ୟମ ହେବା ଆବଶ୍ୟକ। କ୍ଲବ ସଭାପତି ଚିତରଞ୍ଜନ ରାମଙ୍କ ସଭାପତିତ୍ୱ ଓ ସହ-ସମ୍ପାଦକ ପ୍ରଦ୍ୟୁମ୍ନ ପୁହାଣଙ୍କ ମଂଚ ସଂଚାଳନାରେ ଅନ୍ୟତମ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ପ୍ରଫୁଲ ଜେନା, ବନ୍ତ ପଂଚାୟତ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ହାଇକୋର୍ଟର ଆଇନ୍‌ଜିବୀ ମନୋଜ ରାୟ, ପ୍ରଫୁଲ୍ଲ ନାୟକ, ଯୁବ ନେତା ସତ୍ୟସାଧନ ବେଜ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ଯୋଗ ଦେଇ କ୍ଲବର ଆଡ଼ମ୍ବର ପୂର୍ଣ୍ଣ ଟୁର୍ଣ୍ଣାମେଂଟକୁ ଭୁୟସୀ ପ୍ରଶଂସା କରିବା ସହ କ୍ଲବର କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଖେଳକୁ କ୍ଲବର ସଦସ୍ୟ ଯଶୋବନ୍ତ ସିଂହ ଓ ବିନୋଦ ମାଝୀ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକୁ ସମ୍ପାଦକ ତାପସ ରାୟ, ତନ୍ମୟ ସିଂହ, ଉତମ ପଣ୍ଡା, ଅଶୋକ ପାଣିଗ୍ରାହୀ, ଉଦୀପ୍ତ ରାୟ, ଗୋବିନ୍ଦ୍ ଚନ୍ଦ୍ର ସିଂହ, ସୁରେଶ ଦାସ, ଚିତନ ସିଂହ, ଟୁଟୁ ମଲ୍ଲିକ, ଦେବେନ୍ଦ୍ର ସିଂହ, ଦିପକ ମହାପାତ୍ର, ରବିନ୍ଦ୍ର ବେହେରା, ଗୟାଧର ପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.