Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ବୃତି ପରୀକ୍ଷାରେ ଛାତ୍ରୀ ଶ୍ରେୟାଂଶି ୭ମ ସ୍ଥାନରେ

ରାଜ୍ୟସ୍ତରୀୟ ବୃତି ପରୀକ୍ଷାରେ ଛାତ୍ରୀ ଶ୍ରେୟାଂଶି ୭ମ ସ୍ଥାନରେ

7

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀର ଛାତ୍ରୀ ଶ୍ରେୟାଂଶି ଦାଶ ଭାରତୀୟ ଶିକ୍ଷା ପରିଷଦ ଦ୍ୱାରା ରାଜ୍‌ଯସ୍ତରୀୟ ସପ୍ତମଶ୍ରେଣୀ ବୃତି ପରୀକ୍ଷାରେ ୭ମ ସ୍ଥାନ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଶ୍ରେୟାଂଶି ପୂର୍ବରୁ ପଂଚମଶ୍ରେଣୀରେ ସରକାରୀ ବୃତି, ଆଦର୍ଶ ସହ ନବୋଦୟ ପରୀକ୍ଷାରେ ଉର୍ତିନ୍ନ ହୋଇ ଶିକ୍ଷାକେନ୍ଦ୍ର ପାଇଁ ଗୌରବ ଆଣି ଦେଇଥିଲେ। ରାଜ୍‌ଯ ଶିକ୍ଷାବିଭାଗର ଅନୁମୋଦନ ଓ ଭାରତୀୟ ଶିକ୍ଷା ପରିଷଦ ସହ ବନ୍ଧନରେ ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ସରକାରୀ ଓ ବେସରକାରୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଗଧାଡିରେ ରହିବା ସହ କୃତିତ୍ୱ ଆଣି ଶିକ୍ଷାକେନ୍ଦ୍ରକୁ ସଫଳତା ଦେଇଛନ୍ତି। ଚଳିତବର୍ଷ ଶିକ୍ଷାକେନ୍ଦ୍ରର ଛାତ୍ରୀ ଶ୍ରେୟାଂଶି ଏପରି ସଫଳତା ଦେଇଥିବାରୁ ଶିକ୍ଷାକେନ୍ଦ୍ରର ପ୍ରଧାନ ଆର୍ଚ୍ଚାଯ୍ୟା ରେଣୁବାଳା ସାମଲ, ନିର୍ଦେଶକ ଚିତରଞ୍ଜନ ମହାନ୍ତିଙ୍କ ସହ ସମସ୍ତ ଗୁରୁଜୀ, ଗୋରୁମା ଓ ପରିଚାଳନା କମିଟିକୁ ଶ୍ରେୟାଂଶି ଜେଜେମା ଦୁରମଣୀ ଦାଶ, ବାପା ବିଜୟ କୁମାର ଦାଶ, ଅଜୟ କୁମାର ଦାଶ, ସଂଜୟ କୁମାର ଦାଶ, ମା ପ୍ରିତିପୁଷ୍ପା ଦାଶ, ସଂଯୁକ୍ତା ଦାଶ, ଅନିତା ଦାଶ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.