ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଜୁନିୟର ରେଡ଼କ୍ରସ ଅଣତାଲିମ ପ୍ରାପ୍ତ କାଉନ୍ସିଲରମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନିଦିନ ଚାଲୁରହିବ। ଭଦ୍ରକ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ୱାସ୍ଥ୍ୟ ସେବା ଓ ବିଶ୍ୱ ବନ୍ଦୁତା ସମ୍ପର୍କରେ କାଉନ୍ସିଲର ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଭଦ୍ରକ ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ନାୟକ, ରାଜ୍ୟ ସାଧନ କର୍ମୀ ବାମନ ଚନ୍ଦ୍ର ମହାନ୍ତି ଚଣ୍ଡିଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମାଝି, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା, ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲର ବରିଷ୍ଠ ଶିକ୍ଷକ ତରୁଣ ଭଟ୍ଟାଚାର୍ଯ୍ୟ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରେଡ଼କ୍ରସର ଇତିହାସ, ଲକ୍ଷ, ନୀତି, ପ୍ରାଥମିକ ଉପଚାର ଜଳବାୟୁ ପରିବର୍ତନ, ସଡ଼କ ସୁରକ୍ଷା, ଏଡ଼ସ୍ ସଚେତନତା, ଅଗ୍ନି ନିରାପତା, ରକ୍ତଦାନ ସଚେତନତା ଇତ୍ୟାଦି ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଷାଠିଏ ଜଣ କାଉନ୍ସିଲର ଯୋଗାଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ବିଶ୍ୱାଳ, ଅକ୍ଷୟ ସେଠୀ, ଶିବ ନାରାୟଣ ପତି, ପ୍ରଭୁଦତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।