Home ଓଡ଼ିଶା ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର:ବିଜେପି

ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର:ବିଜେପି

253

ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବା ପ୍ରସଙ୍ଗ
ଭୁବନେଶ୍ୱର, ୦୨/୦୩ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଯୋଜନା ବୋର୍ଡକୁ କେବେବି ଗୁରୁତ୍ୱ ଦେଇ ନାହାଁନ୍ତି। ପୂର୍ବରୁ ଦଳୀୟ ନେତାଙ୍କୁ ଥଇଥାନ କରି ଅସନ୍ତୁଷ୍ଟ ନେତାଙ୍କୁ କ୍ୟାବିନେଟ ପାହ୍ୟା ଦେବା ପାଇଁ ଏହି ବୋର୍ଡକୁ ବ୍ୟବହାର କରାଯାଇ ଆସିଛି। ଗତ ୯ ମାସ ହେଲାଣି ଯୋଜନା ବୋର୍ଡକୁ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଅଚଳ କରିଦେଇଛନ୍ତି। ଏବେ ରାଜ୍ୟସଭା ରେସରେ ତାଙ୍କ ଦଳୀୟ ନେତା ସଂଜୟ ଦାସବର୍ମାଙ୍କ ନାଁ ଉଠିବାରୁ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରି ତାଙ୍କୁ ଥଇଥାନ କରାଯାଇଛି। ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିବାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୧୩ ଜୁନ୍ ୨୦୧୯ ରୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କର କାର୍ଯ୍ୟକାଳ ପରିସମାପ୍ତ ସରିଛି ବୋଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତର ରଖିଥିଲେ। ଏହା ସତ୍ୱେ ବି ରାଜ୍ୟ ସରକାର ଯୋଜନା ବୋର୍ଡ ପାଇଁ ସକ୍ରିୟ ନୁହଁନ୍ତି। ରାଜ୍ୟ ସରକାରଙ୍କ ଯୋଜନା ସହ ରାଜ୍ୟ ଯୋଜନା ବୋର୍ଡର କୌଣସି ସଂପର୍କ ନାହିଁ। ଯୋଜନା ବୋର୍ଡ ଦ୍ୱାରା ଓଡିଶାର କୌଣସି ଯୋଜନା ହୋଇପାରିବ ନାହିଁ। ଏହା କେବଳ ବିଜେଡି ନେତାଙ୍କ ଥଇଥାନ ସ୍ଥାନ ପାଲଟିଛି। ଓଡିଶାରେ କୌଣସି ନୀତି ପ୍ରଣୟନ ହେଉ ସେକଥା ବି ରାଜ୍ୟ ସରକାର ଚାହୁଁ ନାହାଁନ୍ତି।

ରାଜ୍ୟ ଯୋଜନା ବୋର୍ଡ ବୈଠକ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇନାହିଁ। ନୀତି ଆୟୋଗ ଢାଂଚାରେ ଯୋଜନା ବୋର୍ଡ କରିବେ ବୋଲି କହୁଥିବା ସରକାର କାହିଁକି ଯୋଜନା ବୋର୍ଡକୁ ଅଣଦେଖା କରି ଚାଲିଛନ୍ତି। କାହିଁକି ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି ପଡିଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.