Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ସ୍ଥାଇ ଲୋକ ଅଦାଲତ ଉଦଘାଟିତ

କେନ୍ଦ୍ରାପଡାରେ ସ୍ଥାଇ ଲୋକ ଅଦାଲତ ଉଦଘାଟିତ

131

କେନ୍ଦ୍ରାପଡା ୨/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ୨୦୧୯ ନଭେମ୍ବରମାସ ୨ତାରିଖର ନୋଟିଫିକେସନ ଅନୁଯାଇ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଓଡିଶା ଉଚ୍ଚ ନ୍ୟାୟାଳୟର କାର‌୍ୟ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡାଙ୍କ ଦ୍ୱାରା “ସ୍ଥାଇ ଲୋକ ଅଦାଲତ” ଉଦଘାଟିତ ହୋଇଯାଇଛି।

ଏହି ଅଦାଲତରେ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାଦୈାରାଜଜ ନମିତା ଦାସ କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି। ଏତଦବ୍ୟତିତ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ ସହାୟକ ହରେକୃଷ୍ଣ ବରାଳ ଓ ଅବସରପ୍ରାପ୍ତ ବରିଷ୍ଠ ସହାୟକ ଅକ୍ଷୟ କୁମାର ନାୟକ ଏହି ସ୍ଥାଇ ଲୋକ ଅଦାଲତର ସଦସ୍ୟ ଭାବେ ମଧ୍ୟ କାର‌୍ୟ୍ୟରେ ଯୋଗଦେଇଛନ୍ତି।

ଏହି ଅଦାଲତ ଖୋଲିବା ଦ୍ୱାରା ଅଭିଯୋଗକାରୀମାନେ ସିଧାସଳଖ କୋର୍ଟରେ କେଶ ନକରି ଏହି ସ୍ଥାଇ ଲୋକ ଅଦାଲତରେ ସର୍ବସାଧାରଣ ବ୍ୟବହାର‌୍ୟ୍ୟ ସେବା (ପି.ୟୁ.ଏସ.) ଯଥା ପରିବହନ, ଡାକଘର, ଟେଲିଗ୍ରାଫ କିମ୍ବା ଟେଲିଫୋନ, ବିଦ୍ୟୁତ ଆଲୋକ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥାରେ ସଙ୍କୋଚତା, ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା, ବୀମା ସେବା, ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ସେବା, ଗୃହ ଏବଂ ଗୃହ ଯୋଗାଣକାରୀ ସଂସ୍ଥା, ବ୍ୟାଙ୍କ ଅନୁଷ୍ଠାନ ସେବା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନିୟମ – ୨୦୦୫ ସେବା, ରନ୍ଧନ ଗ୍ୟାସ ସଂଯୋଗ ଏବଂ ଯୋଗାଇଦେବା, ଆଧାରକାର୍ଡ, ରେସନ କାର୍ଡ, ଭୋଟରକାର୍ଡ ଓ ବିପିଏଲ କାର୍ଡ ସେବା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ସେବା, ସୁଷମ ବଂଟନ ବ୍ୟବସ୍ଥା ସେବା, ମୋବାଇଲ ଏବଂ ଇଂଟରନେଟ ସେବା ପ୍ରଭୃତି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସର୍ବସାଧାରଣ ବ୍ୟବହାର‌୍ୟ୍ୟ ସେବା ଯାହାକି ଆଇନ ସେବା ପ୍ରାଧିକରଣ ନିୟମ ଫର୍ଦ୍ଦ-୬ଷ୍ଠ(ଏ) ଅଧିନରେ ଆସୁଅଛି ସେ ସମ୍ପର୍କୀତ ସେବା ପାଇବା ପାଇଁ “ସ୍ଥାଇ ଲୋକ ଅଦାଲତ”ରେ ଅଭିଯୋଗକାରୀମାନେ ମାମଲା କରିପାରିବେ। ଏହି ଉଦଘାଟନୀ କାର‌୍ୟ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧରକରଣ ଅଧ୍ୟକ୍ଷ ତଥା ଜିଲ୍ଲାଦୈାରାଜଜ ବାସୁଦେବ ପଣ୍ଡା, ଅତିରିକ୍ତ ଜିଲ୍ଲାଦୈାରାଜଜ ମୋହନ ରାଓ ଦୋରା, ସିଭିଲକୋର୍ଟ ରେଜିଷ୍ଟ୍ରାର ପୂଣ୍ୟଶ୍ଳୋକ ରଥ, ଜିଲ୍ଲା ଆଇନସେବା ପ୍ରାଧରକରଣ ସଚିବ ମଳୟ କୁମାର ପ୍ରଧାନ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ଆରକ୍ଷୀ ଅଧିକ୍ଷକ ନୀତି ଶେଖର, କୋର୍ଟର ସମସ୍ତ ଜଜ ଓ କର୍ମଚାରୀ, ସରକାରୀ ଓକିଲ ଗଗନବିହାରି ଜେନା, ସଞ୍ଜୟ କୁମାର ଜେନା, ନିରଞ୍ଜନ ବଳ, ମାନସରଞ୍ଜନ ଧଳ ଓ ପାରାଲିଗାଲ ଭଲ୍ୟୁଂଟିଅରମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.