Home ଓଡ଼ିଶା ରାଜ୍ୟର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ପ୍ରତ୍ୟକ୍ଷ ସରକାରୀ ଯୋଜନାର ଲାଭ ପହଞ୍ଚାଇଛି ‘ଡିଜିଟାଲ୍ ଇଣ୍ଡିଆ’-ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ପ୍ରତ୍ୟକ୍ଷ ସରକାରୀ ଯୋଜନାର ଲାଭ ପହଞ୍ଚାଇଛି ‘ଡିଜିଟାଲ୍ ଇଣ୍ଡିଆ’-ଧର୍ମେନ୍ଦ୍ର ପ୍ରଧାନ

88

ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

– ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’
– ରାଜ୍ୟର୧୮ଟି ମାଓପ୍ରବଣ ଅଞ୍ଚଳରେ ୪୮୩ ମୋବାଇଲ୍ ଟାୱାର ପ୍ରତିଷ୍ଠା ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଦେବ
– ୧୬ଟି ଜିଲ୍ଲାର ୩୨୯୧ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ୍ ସଂଯୋଗ ଲୋକଙ୍କୁ ହାଇସ୍ପିଡ୍‌ ଇଌକ୍ଷଗ୍ଧ;ରନେଟର ସୁବିଧା ଯୋଗାଇବ
– ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଇବାରେ ସହାୟକ ହୋଇଛି ୬୫୦ରୁ ଉର୍ଦ୍ଧ୍ୱ ଇଣ୍ଡିଆ ପୋଷ୍ଟ୍ ପେମେଌକ୍ଷଗ୍ଧ; ବ୍ୟାଙ୍କ୍‌
– ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ସରକାରଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିଛି
– ଡିଜିଟାଲ୍ ଟେକ୍ନୋଲୋଜି ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର
– ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ନବସୃଜନର ଢାଞ୍ଚା ପ୍ରସ୍ତୁତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୨ (ଓଡ଼ିଆ ପୁଅ) – ଡିଜିଟାଲ୍ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁନଃପ୍ରତିଷ୍ଠାନ ଏବଂ ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ମଧ୍ୟ ଅଧିକ ଲାଭପାଇବା ସ୍ଥିତିରେ ଅଛି। ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଲକ୍ଷାଧିକ ଓଡ଼ିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମହାମାରୀ ସମୟରେ ଓଡିଶା ସମେତ ଦେଶର ଅନେକ ଗରିବ ଲୋକଙ୍କୁ ସିଧାସଳଖ ଆର୍ôଥକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ଏବଂ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଓଡ଼ିଶାରେ ଟେଲିଫୋନ୍‌ ଘନତ୍ୱକୁ ବଢ଼ାଇବା ପାଇଁ ଭାରତ ସରକାର ୨ଜି ଭଏସ୍ ଏବଂ ୪ଜି ଡାଟାର ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟର ୧୮ଟି ମାଓପ୍ରବଣ ଅଞ୍ଚଳରେ ୪୮୩ଟି ମୋବାଇଲ ଟାୱାର ପ୍ରତିଷ୍ଠା କରୁଛନ୍ତି। ଏହି ପଦକ୍ଷେପ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ଯୋଗାଇବ, ଆର୍ôଥକ କାର୍ଯ୍ୟକୁ ବୃଦ୍ଧି କରିବା ସହ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବ ଓ ସ୍ଥାନୀୟ ସୁରକ୍ଷା ବଳକୁ ମଧ୍ୟ ସାହାଯ୍ୟ କରିବ।

ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ଗ୍ରାମ ପଞ୍ଚାୟତକୁ ବିଶ୍ୱର ସର୍ବବୃହତ୍ତ ଗ୍ରାମୀଣ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରକଳ୍ପ ଭାରତନେଟ୍ ଜରିଆରେ ଅପଟିକାଲ୍ ଫାଇବର୍ କେବୁଲ ସହ ଯୋଡ଼ା ହୋଇଛି। ଏହାଦ୍ୱାରା ଏହି ଗ୍ରାମାଞ୍ଚଳର ଲୋକମାନେ ହାଇ ସ୍ପିଡ୍ ଇଌକ୍ଷଗ୍ଧ;ରନେଟର ସୁବିଧା ପାଇପାରିବେ। ସେହିପରି ୬୫୦ରୁ ଉର୍ଦ୍ଧ୍ୱ ଇଣ୍ଡିଆ ପୋଷ୍ଟ୍ ପେମେଌକ୍ଷଗ୍ଧ; ବ୍ୟାଙ୍କ୍ କେବଳ ଓଡ଼ିଶାର ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଉନାହିଁ ବରଂ ଏହା ସମଗ୍ର ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିବା ଦିଗରେ କାମ କରୁଛି।

ଶ୍ରୀ ପ୍ରଧାନ କହିଛନ୍ତି ଡିଜିଟାଲ୍ ଟେକ୍ନୋଲୋଜି ବିଶେଷତଃ କରୋନା ସମୟରେ ଲୋକଙ୍କ ଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ି ହୋଇପାରିଛି। ନିକଟରେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନରେ ଘୋଷଣା ହୋଇଥିବା ଆରୋଗ୍ୟ ସେତୁ ‘ଡିଜିଟାଲ୍ ଇଣ୍ଡିଆ’ରେ କେବଳ କରୋନା ମୁକବିଲା କରିବାରେ ସକ୍ଷମ ହୋଇନାହିଁ ବରଂ ଅନେକ ଲକ୍ଷ୍ୟକୁ ମଧ୍ୟ ପୂରଣ କରିପାରିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ପଦକ୍ଷେପ ପାରଦର୍ଶୀ ଶାସନର ଯୁଗ ଆରମ୍ଭ କରିବା ସହ ସରକାରଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିଛି। ଏହାସହ ୧୩୦ କୋଟି ଭାରତୀୟଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରିଛି। ଲୋକଙ୍କ ଜୀବନଶୈଳିକୁ ସୁବିଧା ଯୋଗାଇବା ସହ ଜନସେବା ବିତରଣ କାମକୁ ମଧ୍ୟ ତ୍ୱରାନ୍ୱିତ କରିଛି। ଏହାସହ ଡିଜିଟାଲ୍‌ ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତିକୁ ରୋକିବା ଏବଂ ବିଶେଷତଃ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ କରିବା ଭଳି ଅନେକ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି। ବିଶ୍ୱ କରୋନା ପରବର୍ତ୍ତୀ ସମୟରେ ଡିଜିଟାଲ୍ ଇଣ୍ଡିଆ ଗେମ୍‌-ଚେଞ୍ଜର୍ ଭାବେ ଉଭା ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ଏବଂ କେନ୍ଦ୍ର ଟେଲିକମ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉଦ୍ୟମ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ ନବସୃଜନର ଏକ ଢାଞ୍ଚା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ରାଜ୍ୟକୁ ସୁବିଧା ଯୋଗାଉଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.