Home ଓଡ଼ିଶା  ରାଜ୍ୟର କିଛି ଜିଲ୍ଲାରେ ୨ଦିନ ମଧ୍ୟରେ ବର୍ଷା ହେବାରର ପୁର୍ବାନୁମାନ ;ଆଞ୍ଚଳିକ ପାଣିପାଗ ବିଭାଗର ୟେଲୋ...

 ରାଜ୍ୟର କିଛି ଜିଲ୍ଲାରେ ୨ଦିନ ମଧ୍ୟରେ ବର୍ଷା ହେବାରର ପୁର୍ବାନୁମାନ ;ଆଞ୍ଚଳିକ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି

1190

ଭୁବନେଶ୍ୱର୨୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଗତ କିଛି ଦିନ ହେଲା ରାଜ୍ୟରେ ଲାଗିରହିଥିବା ଶୀତ ସାମନ୍ୟ ହ୍ରାସ ପାଇଛି । ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

 

ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଏବଂ ଝାରସୁଗୁଡାରେ ଘନ କୁହୁଡି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.