Home Coronavirus Outbreak ରାଜ୍ୟରେ ସୁସ୍ଥ ହେଲେ ୭୩ ଜଣ କୋରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୭୩ ଜଣ କୋରୋନା ଆକ୍ରାନ୍ତ

370

ଭୁବନେଶ୍ୱର ୩୦-୫ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୭୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୦୫୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ବୌଦ୍ଧରୁ ସର୍ବାଧିକ ୨୮ ଜଣ, ପୁରୀରୁ- ୧୧ ଜଣ, କେନ୍ଦ୍ରାପଡ଼ାରୁ-୧୦ ଜଣ, କଟକରୁ-୯ ଜଣ, ଖୋର୍ଦ୍ଧାରୁ- ୭ ଜଣ, ମାଲକାନଗିରିରୁ – ୨ଜଣ, ଅନୁଗୁଳରୁ -୨ ଜଣ, ଗଞ୍ଜାମରୁ – ଜଣେ, ବାଲେଶ୍ୱରରୁ – ଜଣେ, ଯାଜପୁରରୁ ଜଣେ ଏବଂ କନ୍ଧମାଳରୁ ଜଣେ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟେରେ ସୁସ୍ଥଙ୍କ ସଂଖ୍ୟା ୧୦୫୦ରେ ପହଞ୍ଚିଥିବା ବେଳେ ରାଜ୍ୟରେ ବର୍ତମାନ ୭୬୦ଟି ସକ୍ରିୟ ମାମଲା ରହିଛି। ମୋଟ ୧୮୧୯ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ୭ ଜଣଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.