Home ଓଡ଼ିଶା ରାଜ୍ୟରେ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବ; ହିରାକୁଦରେ ଜଳଧାରଣା କ୍ଷମତା କମ ହେଉଛି 

ରାଜ୍ୟରେ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବ; ହିରାକୁଦରେ ଜଳଧାରଣା କ୍ଷମତା କମ ହେଉଛି 

69

ଭୁବନେଶ୍ୱର୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ବିଧାନସଭାରେ ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନ ରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତର ରଖିଛନ୍ତି । ମହାନଦୀର ଉପରେ ମୁଣ୍ଡରେ ଛତିଶଗଡ ସରକାର ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିବା ଦ୍ୱାରା ହୀରାକୁଦ ଜଳ ଭଣ୍ଡାରରେ ଜଳ ଧାରଣା କ୍ଷମତା କମ ହୋଇଯାଇଛି। ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ୮ଟି ବଡ, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୩୭୧ଟି ଆନିକଟ ନିର୍ମାଣ କରିଛନ୍ତି। ଜଳ ଭଣ୍ଡାରକୁ ପୂର୍ବରୁ ଯେତିକି ପାଣି ଆସୁଥିଲା ଏବେ ତାହା ଆସୁ ନାହିଁ ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଉତ୍ତର ରଖିଛନ୍ତି । ଫଳରେ ହୀରାକୁଦକୁ ପ୍ରବାହିତ ହେଉଥିବା ଜଳର ପରିମାଣ ହ୍ରାସ ପାଇଛି। ଏପରି ହୀରାକୁଦ ଜଳ ଭଣ୍ଡାରକୁ ଜଳର ପରିମାଣ ହ୍ରାସ ପାଇଲେ ଆଗାମି ଦିନରେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଲାଗି ରହିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.