Home ଓଡ଼ିଶା ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚିଟ ଫଣ୍ଡ ଓ ଖଣି ମାଫିଆଙ୍କୁ ୩ ମାସରେ ଜେଲ...

ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚିଟ ଫଣ୍ଡ ଓ ଖଣି ମାଫିଆଙ୍କୁ ୩ ମାସରେ ଜେଲ ପଠାଯିବ :ଅମିତ ଶାହ

904

ଢେଙ୍କାନାଳ ଓ ବଡମ୍ବାଠାରେ ବିଜୟ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେଲେ ଅମିତ ଶାହ
– ବିଜେପିର ସରକାର ଆସିଲେ ଓଡିଶାରୁ ଅଫିସର ରାଜ ଶେଷ ହେବା ସହ ସାଧାରଣ ଲୋକମାନଙ୍କର ଶାସନ ପ୍ରତିଷ୍ଠା ହେବ
– ବିଜେପି ସରକାର ଆସିଲେ ୧୫ ବର୍ଷରୁ କମ ଝିଅ ମାନଙ୍କୁ ଯଦି କିଏ ଦୁର୍ଷମ କରିବ ତାହେଲେ ତାକୁ ଫାଶି ଦିଆଯିବାର କାନୁନ ଅଣାଯିବ
– ବିଜୁ ଜନତା ଦଳ ଲୋକତନ୍ତ୍ରରେ ହିଂସା କରିକି ଭୋଟ ଜିତିବାର ପ୍ରୟାସ କରୁଛି ଯାହା କେବେ ସଫଳ ହେବନି

ଢେଙ୍କାନାଳ/ବଡମ୍ବା/ଭୁବନେଶ୍ୱର, ୧୬/୦୪ (ଓଡ଼ିଆ ପୁଅ) : ଓଡିଶାରେ ଥିବା ମୁଲ୍ୟବାନ ଖଣିଜ ସମ୍ପଦକୁ ଲୁଟ କରାଯାଇଛି। ଏହାର ଯାଂଚ ପାଇଁ ହୋଇଥିବା ଶାହ କମିଶନଙ୍କ ରିପୋର୍ଟରେ ଓଡିଶାର କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା କଥା ସ୍ପଷ୍ଟ ହୋଇଛି। ନବିନ ବାବୁଙ୍କ ସରକାରର ଖଣି ଦୁର୍ନିତିରେ ମହା ଘୋଟାଲାରେ ସମ୍ପୃକ୍ତି କଥା ପଦାକୁ ସାରା ଓଡିଶା ଲୋକେ ଜାଣିଛନ୍ତି। ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀର ସରକାର ଓଡିଶାକୁ ଆସିଲେ ଯେତେ ଖଣି ମାଫିଆ ମାନେ ଓଡିଶାକୁ ଲୁଂଠନ କରିଛନ୍ତି ସମସ୍ତଙ୍କୁ ବାଛି ବାଛି ଜେଲ ପଠାଯିବ। ବିଜୁ ଜନତା ଦଳର ବିଧାୟକ ମନ୍ତ୍ରୀ ମାନଙ୍କ ଛତ୍ରଛାୟା ତଳେ ଚାଲିଥିବା ଚିଟ ଫଣ୍ଡ ଦୁର୍ନୀତିରେ ଓଡିଶାର ଗରିବ ଲୋକମାନେ ନିଜର ସଂଚିତ ଅର୍ଥ ହରାଇଛନ୍ତି। ଚିଟଫଣ୍ଡ ଦଲାଲ ମାନଙ୍କୁ ବିଜେଡିର ବିଧାୟକ ମନ୍ତ୍ରି ଆଉ ବାବୁମାନେ ମିଶି ସୁରକ୍ଷା ଦେଇ ସେଇ ଘୋଟାଲାରେ ଓଡିଶାଲୋକମାନଙ୍କୁ କଳା କନା ବୁଲାଇଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସାମିଲ ଥିବା ସବୁ ଲୋକମାନଙ୍କୁ ଜେଲର ଚାରିକାନ୍ଥ ଭିତରେ ପୁରାଇ ଦିଆଯିବ ବୋଲି ଢେଙ୍କାନାଳରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେଇ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଆସିବାକୁ ହେଲେ ଦୁଇଟା ଯାକ ଭୋଟ ବିଜେପିକୁ ଦେବାକୁ ପଡିବ। ଆସନ୍ତା ନିର୍ବାଚନରେ ଢେଙ୍କାନାଳରେ ସାଂସଦ ପାର୍ଥୀ ରୁଦ୍ରନାରାୟଣ ପାଣି ସହ ଢେଙ୍କାନାଳର ବିଧାୟକ ପାର୍ଥୀ କୃଷ୍ନ ଚନ୍ଦ୍ର ପାତ୍ର, ହିନ୍ଦୋଳର ବିଧାୟକ ପାର୍ଥୀ ଅଶୋକ ନାୟକ, କାମାକ୍ଷ୍ୟାନଗରରେ ବିଧାୟକ ପାର୍ଥୀ ଭାବେ ଶତ୍ରୁଘ୍ନ ଜେନା, ପରଜଙ୍ଗର ବିଧାୟକ ପାର୍ଥୀ ଭାବେ ବିଭୁତି ପ୍ରଧାନ, ପାଲଲହଡାର ବିଧାୟକ ପାର୍ଥୀ ଭାବେ ଅଶୋକ ମହାନ୍ତି, ତାଳଚେରର ବିଧାୟକ ପାର୍ଥୀଭାବେ କାଳନ୍ଦି ସାମଲ ଓ ଅନୁଗୁଳର ବିଧାୟକ ପାର୍ଥୀଭାବେ ପ୍ରତାପ ପ୍ରଧାନଙ୍କୁ ବିଜୟି କରିବା ପାଇଁ ଶ୍ରୀ ଶାହ ଆହ୍ୱାନ ଦେଇଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ଓଡିଶାର ଲୋକତନ୍ତ୍ର ଶେଷ ହୋଇଛି। ଓଡିଶାରେ ବାବୁ ରାଜ ଚାଲିଛି। ଲୋକମାନେ ଭୋଟ ଦେଇ ବାଛୁଥିବା ବିଧାୟକ ସାଂସଦ ମାନେ କିଛି ନିଷ୍ପତି ନେଇ ପାରୁ ନାହାନ୍ତି। କିଛି ଅଫିସରମାନେ ନବିନ ବାବୁଙ୍କର ସରକାରରେ ସର୍ବେ ସର୍ବା ପାଲଟିଛନ୍ତି। ଓଡିଶାରୁ ବାବୁ ରାଜକୁ ଶେଷ କରିବାକୁ ପଡିବ। ରାଜ୍ୟରେ ବିଜେପି ସରକାର ଆସିଲେ ହିଁ ଓଡିଶାରୁ ବାବୁ ରାଜ ଶେଷ ହେବା ସହ ଲୋକମାନଙ୍କର ଶାସନ ପ୍ରତିଷ୍ଟା ହେବ।

ବିଜେପି ସରକାରକୁ ଆସିଲେ ୧୫ ବର୍ଷରୁ କମ ଝିଅ ମାନଙ୍କୁ ଯଦି କିଏ ଦୁର୍ଷମ କରିବ ତାହେଲେ ତାକୁ ଫାଶି ଦିଆଯିବାର କାନୁନ ଅଣାଯିବ। ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀମାନେ ନେଇଥିବା ସମସ୍ତ ବକେୟା ଋଣର ଏକକାଳୀନ ଛାଡ଼ ସୁବିଧା ସହ ୩ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। କୃଷି ଶ୍ରମିକ, ଭୂମିହୀନ କୃଷକ, ଭାଗଚାଷୀ ମାନଙ୍କୁ ମାସିକ ୩ ହଜାର ଟଙ୍କା ପେନସନ୍ ପଦାନ ପାଇଁ ‘ପ୍ରଧାନମନ୍ତ୍ରୀ ଶ୍ରମ ମାନଧନ ଯୋଜନା’କୁ ଲାଗୁ କରାଯିବ। ରାଜ୍ୟର ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷୀକ ୬୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ଅମିତ କହିଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ବିଜୁ ଜନତା ଦଳକୁ ମୋର ପ୍ରଶ୍ନ କଣ ସେମାନେ ଭାବୁଛନ୍ତି ଯେ ଆମକୁ ହତ୍ୟା କଲେ ମାରିଲେ ଆମେ ମଇଦାନ ଛାଡିକି ପଳେଇବୁ ? ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାକୁ ସେମାନେ ହତ୍ୟା କରିଛନ୍ତି। ଏବେ ଏବେ ବିଜେପୁରରେ ଆମ ପାର୍ଥୀଙ୍କୁ ଆକ୍ରମଣ କରାଯାଇଛି। ଲୋକତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଲୋକତନ୍ତ୍ରରେ ଯେ ହିଂସା କରେ ତାର ଜବାବ ଭୋଟର ମାନେ ବାଲାଟରେ ଦିଅନ୍ତି। ଆମର କାର୍ଯ୍ୟକର୍ତା ମାନେ ବିଜେଡି କରୁଥିବା ହିଂସାର ଜବାବରେ ବିଜୁ ଜନତା ଦଳକୁ ସରକାରରୁ ହଟାଇ ଦେବେ।

ପୁରା ଦେଶ ଏବେ ମୋଦିଙ୍କ ନେତୃତ୍ୱରେ ଆଗକୁ ବଢୁଛି। ଦେଶର ସାଧାରଣ ଲୋକମାନେ ନିର୍ଣ୍ଣୟ କରିସାରିଛନ୍ତି କି ଦେଶରେ ଆଉ ଥରେ ନରେନ୍ଦ୍ର ମୋଦିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପାଇଁ। ଦେଶରେ କଂଗ୍ରେସ ସରକାର ଶାସନରେ ଥିବା ୫୫ ବର୍ଷରେ ଗରିବ ଲୋକମାନେ ଆହୁରି ଗରିବ ହୋଇଛନ୍ତି। ମୋଦିଙ୍କର ଏହି ୫ ବର୍ଷ ଶାସନରେ ଦେଶର ୫୫ କୋଟି ଗରିବ ଲୋକମାନଙ୍କ ପାଇଁ ମୋଦି ସରକାର ଯାହା କରିଛନ୍ତି ରାହୁଲ ଗାନ୍ଧୀଙ୍କର ପରିବାର ଶାସନ କରିଥିବା ୫୫ ବର୍ଷର କଂଗ୍ରେସ ସରକାରରେ ତାହା କରିପାରି ନଥିଲେ ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ କହିଛନ୍ତି ଯେ ଦେଶରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରଥମେ ଏକ ଉଦ୍ୟୋଗ ପତିଙ୍କର ମନ୍ତ୍ରଣାଳୟ ଭାବେ ମନା ଯାଉଥିଲା। ହେଲେ ଏବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଗରିବ ଲୋକ ମାନଙ୍କର ମନ୍ତ୍ରଣାଳୟ ଭାବେ ପରିଣତ ହୋଇଛି। ଦେଶରେ ୭ କୋଟି ଗରିବ ପରିବାରଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦିଆଯାଇ ପାରିଛି। ଦେଶରେ ୧୦ କୋଟି ପରିବାରଙ୍କୁ ଶୌଚାଳୟ, ୨ କୋଟି ୬୨ ଲକ୍ଷ ପରିବାରଙ୍କ ପାଖରେ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ମୋଦି ସରକାରଙ୍କ ଏହି ୫ ବର୍ଷ ସମୟରେ ହୋଇପାରିଛି। ଭାରତୀୟ ଜନତା ପାର୍ଟିର ସରକାର ଦେଶର ୫୦ କୋଟି ଗରିବ ଲୋକଙ୍କ ପାଇଁ ମାଗଣା ଚିକିସ୍ତ୍ରା ସୁବିଧା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ କ୍ୟାନସର ହେଉ କି କିଡନି ଟ୍ରାନସପ୍ଲାଂଟ ହେଉ ସବୁଥିରେ ମାଗଣା ଚିକିସ୍ତ୍ରା ଲୋକମାନଙ୍କ ପାଇଁ କରାଯାଉଛି। କିନ୍ତୁ ଏଠାରେ ନବିନ ବାବୁ ସେହି ଯୋଜନାକୁ ଓଡିଶାରେ ଲାଗୁ କଲେ ନାହିଁ। ଗୁଜୁରାଟ, କର୍ଣ୍ଣାଟକରେ କାମ କରୁଥିବା ଓଡିଆ ଲୋକମାନେ ଆୟୁଷ୍ମାନ ଯୋଜନାର ଲାଭ ପାଇପାରୁନାହାନ୍ତି। ଏହା ଅତ୍ୟନ୍ତ ଦୁଃଖର କଥା।

ନବିନ ବାବୁ ଆୟୁଷ୍ମାନ ଯୋଜନାକୁ ଓଡିଶାର ଲୋକମାନଙ୍କୁ ବଂଚିତ କାହିଁକି କଲେ ? କାରଣ ନବିନ ବାବୁଙ୍କୁ ଭୟ ଅଛି ଯେ କାଳେ ଆୟୁଷ୍ମାନ ଯୋଜନାକୁ ଲାଗୁ କଲେ ରାଜ୍ୟରେ ମୋଦି ଲୋକପ୍ରିୟତା ବଢିଯିବ। ଡ୍ରିଷ୍ଟିକ ମିନେରାଲ ଫଣ୍ଡରେ ଭାରତୀୟ ଜନତା ପାର୍ଟର ସରକାର ୬ ହଜାର କୋଟି ଟଙ୍କା ଦେଇଛନ୍ତି। ଭୁବନେଶ୍ୱରରେ ଆଇଆଇଟି, ଅତ୍ୟାଧୁନିକ ଇଏସଆଇ ହସ୍ପିଟାଲ ଏହି ମୋଦି ସରକାର ସମୟରେ ଓଡିଶାରେ ହୋଇଛି ବୋଲି ଶ୍ରୀ ଶାହ କହିଛନ୍ତି।

ଜାତୀୟ ରାଜପଥ, ପୁରୀ-ଭୁବନେଶ୍ୱର ରାସ୍ତାକୁ ୪ ଲାଇନ କରିବା, ହଳଦିଆ-ପାରାଦ୍ୱୀପ ଗ୍ୟାସ ପାଇପ ଲାଇନ, ଝାରସଗୁଡାରେ ବିମାନ ବନ୍ଦର, ପାଇକ ବିଦ୍ରୋହକୁ ବିଶ୍ୱରେ ମାନ୍ୟତା ଦେବାର କାମ ଭାଜପା ସରକାରରେ ହିଁ ହୋଇଛି।

ଆଜିବି ରାଜ୍ୟରେ ୩୫ ପ୍ରତିଶତ ପରିବାର ପାଖରେ ପିଇବା ପାଣି ନାହିଁ। ରାଜ୍ୟରେ ବିଜେପି ସରକାର ଆସିଲେ ୨୦୨୨ ସୁଦ୍ଦା ଓଡିଶାରେ ପ୍ରତି ଗରିବ ଘରେ ପିଇବା ପାଣି, ବିଜୁଳି ଓ ପକ୍କା ଘର ଥିବ ବୋଲି ଶ୍ରୀ ଶାହ କହିଛନ୍ତି।

ସେହିପରି ବଡମ୍ବା ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଯେ, ବଡମ୍ବା ସମେତ ଓଡିଶାର ଅନେକ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଗୁଜୁରାତ ଓ ସୁରତରେ ଲକ୍ଷ ଲକ୍ଷ ଓଡିଆ ଯୁବକ କାମ କରୁଛନ୍ତି। ନିଜ ପରିବାର ବାପା ମା ଏବଂ ପତ୍ନୀକୁ ଛାଡି ଦାଦନ ଖଟିବାକୁ ଯାଉଛନ୍ତି। ନବୀନ ବାବୁ ୨୦ ବର୍ଷ ଭିତରେ କୌଣସି ରୋଜଗାର ସୃଷ୍ଟି କରିନିଥିବାରୁ ଏଠାର ଯୁବକମାନେ ଦାଦନ ଖଟୁଛନ୍ତି। ଆପଣମାନେ କଂଗ୍ରେସକୁ ଭୋଟ ଦେଉଥିଲେ ଏବେ ୨୦ ବର୍ଷ ଧରି ବିଜେଡିକୁ ଭୋଟ ଦେଉଛନ୍ତି କିନ୍ତୁ କୌଣସି ସୁଫଳ ମିଳିନିି। ବିଜେପି ସରକାର ରାଜ୍ୟରେ ଆସିଲେ କୌଣସି ଯୁବକ ନିଜ ବାପା, ମା ଏବଂ ପତ୍ନୀକୁ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟ ଯିବେନି। ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାରକୁ ଶାସନ କରିବାର ସୁଯୋଗ ମିଳିଛି। କିନ୍ତୁ ସେମାନେ ରାଜ୍ୟର ବିକାଶ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟବାସୀ ଥରଟିଏ ବିଜେପିକୁ ସୁଯୋଗ ଦିଅନ୍ତୁ ଓଡିଶାକୁ ଦେଶର ନମ୍ବର ୱାନ ରାଜ୍ୟରେ ପରିଣତ କରାଯିବ। ରାଜ୍ୟ ସହ ଦେଶରେ ଡବଲ ଇଂଜିନ ସରକାର ଆଣିବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.