Home Coronavirus Outbreak ରାଜ୍ୟରେ ପୁଣି ୪୮ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

ରାଜ୍ୟରେ ପୁଣି ୪୮ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

309

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରରୁ ୧୬ ଜଣ, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୩ ନୟାଗଡ଼ରୁ ୩ ଜଣ, କନ୍ଧମାଳରୁ ୨ଜଣ ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ଜଣେ କଟକରୁ ଜଣେ ଓ ଖୋର୍ଦ୍ଧାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ପ୍ରଥମଥର ପାଇଁ କନ୍ଧମାଳରେ କରୋନା ପ୍ରବେଶ କରିଛି। ନୂଆ ୪୮ ସଂକ୍ରମିତଙ୍କ ମଧ୍ୟରୁ ୪୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ଜଣେ ଜେଲ୍‌ରୁ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ସୁରଟ ଓ ପଶ୍ଚିମବଙ୍ଗ ଲିଙ୍କ ରହିଛି। କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି। ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ ସୁରଟ ଫେରନ୍ତା‌ ଏବଂ ଜଣେ ସଂକ୍ରମିତ ବେଙ୍ଗାଲୁରୁ ଫେରନ୍ତା। ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରାଟ ଫେରନ୍ତା। କଟକରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା। ବୌଦ୍ଧରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟ ସୁରଟ ଫେରନ୍ତା। ତେବେ ନୟାଗଡରୁ ଆଜି ଚିହ୍ନଟ ହୋଇଥିବା ୩ଜଣ ସଂକ୍ରମିତ ଗୁଜରାଟର ଅହମ୍ମଦାବାଦରୁ ଫେରନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.