Home Coronavirus Outbreak ରାଜ୍ୟରେ ପୁଣି ୧୪ କରୋନା ପଜେଟିଭ୍ ଚିହ୍ନଟ; ସମସ୍ତେ ଯାଜପୁର ଜିଲ୍ଲାର

ରାଜ୍ୟରେ ପୁଣି ୧୪ କରୋନା ପଜେଟିଭ୍ ଚିହ୍ନଟ; ସମସ୍ତେ ଯାଜପୁର ଜିଲ୍ଲାର

335

ଭୁବନେଶ୍ୱର; ୩୦ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସମସ୍ତ ପଜିଟିଭ୍ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧିପାଇଛି। ଆଜି ଗୋଟିଏ ଦିନରେ ଯାଜପୁରରୁ ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ୧୪ ଜଣଙ୍କୁ ମିଶାଇ ୧୭ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ପୂର୍ବ ୩ ଜଣ ଜିଲ୍ଲାର ଦଶରଥପୁର ବ୍ଲକରୁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଯେଉଁ ୧୪ ଜଣ ଚିହ୍ନଟ ହୋଇଛନ୍ତି ସେମାନେ ମଧ୍ୟ ସେହି ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର ବାସିନ୍ଦା ବୋଲି ସୂଚନା ମିଳିଛି। ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.