Home Coronavirus Outbreak ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୫ ଜଣ ଅନ୍ତର୍ଭୁକ୍ତ

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୫ ଜଣ ଅନ୍ତର୍ଭୁକ୍ତ

1214

ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୫ ଜଣ ଅନ୍ତର୍ଭୁକ୍ତ ବୋଲି ସୂଚନା ଦୋଇଛନ୍ତି ରାଜ୍ୟ ସରକାର। ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଛି। ସମସ୍ତ ସଂଦିଗ୍ଧ ଏବଂ ସମ୍ପର୍କିତ ବ୍ୟକ୍ତିଙ୍କ ପରୀକ୍ଷା କରାଯିବ।

ଜନ ସାଧାରଣ ଅଯଥା ଆତଙ୍କିତ ନହେବା ସହିତ ଘରେ ରହିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟଯେ, ଏକା ଥରକେ ଭୁବନେଶ୍ୱରରୁ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ୧୬ଜଣ ଆକ୍ରାନ୍ତ ଭୁବନେଶ୍ୱରର ବାସିନ୍ଦା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି।

ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ରାଜ୍ୟ ସୂଚନା ଲୋକ ସଂପର୍କ ସଚିବ ସଂଜୟ ସିଂହ ରାଜ୍ୟରେ କରୋନାଭାଇରସ୍ରେ ସଂକ୍ରମିତ ୨୩ ଜଣ ଥିବା ବେଳେ ଭୁବନେଶ୍ୱରରେ ୧୪ ଜଣ ଓ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବଂ ୭୫ ଜଣ ପୃଥକବାସରେ ଅଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ୧୬୯୯ ଜଣଙ୍କର ଟେଷ୍ଟ ହୋଇଛି।

ତେବେ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ୨ଟି ପଜିଟିଭ ଚିହ୍ନ ହୋଇଥିଲା। କପିଳ ପ୍ରସାଦରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନା ପଜିଟିଭ ଆସିଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରୁ ଫେରିଥିଲେ। ସେହିପରି ବମିଖାଲର ଜଣେ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଦିନକରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରରେ ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.