ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ରାଜ୍ୟରେ କୋଭିଡ ପରିଚାଳନା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ତେବେ ବଢ଼ୁଥିବା ସଂଖ୍ୟା ଦୃଷ୍ଟିରୁ ଏବଂ ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ନଜରରେ ରଖି ସମସ୍ତ ମେଡ଼ିକାଲ OHMS Cadre, OMES cadre, AYUSH, ଡେଣ୍ଟାଲ ସର୍ଜନ, ପିଜି, ପୋଷ୍ଟ ପିଜି, ଇନଟର୍ନ ଏବଂ ଶେଷ ବର୍ଷ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କୁ କୋଭିଡ ରୋଗୀଙ୍କର ଚିକିତ୍ସା ଦାୟିତ୍ୱରେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟଯେ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହିପରି ନିର୍ଣ୍ଣୟ ନିଆଯାଇଥିଲା।