Home ଜିଲ୍ଲା ପରିକ୍ରମା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ପ୍ରତିମୂର୍ତି ଉନ୍ମୋଚିତ

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ପ୍ରତିମୂର୍ତି ଉନ୍ମୋଚିତ

18

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରୋ ପଂଚାୟତ ଅଧୀନ ଚବିଶପଡ଼ା ଗ୍ରାମର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ରାୟଶ୍ରୀ ହୃଷିକେଶ ଧଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ପ୍ରତିମୂର୍ତି ଉନ୍ମୋଚିତ ହୋଇଯାଇଛି ।ଏହି ଅବସରରେ ଚବିଶପଡ଼ା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଶିକ୍ଷାବିତ ସନ୍ନ୍ୟାସୀ ଚରଣ ବ୍ରହ୍ମଙ୍କ ପୌରୋହିତ୍ୟ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ବରେଣ୍ୟ ଅତିଥି ଭାବେ ସରପଂଚ ଉଦ୍ଧବ ଚରଣ ନାୟକ, ସାମାଜସେବୀ ଦେବେନ୍ଦ୍ର ପୁହାଣ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ଦୀନରଞ୍ଜନ ପାଢ଼ୀ, ଅମୁଲ୍ୟ ସେନାପତି ରାମଚନ୍ଦ୍ର ନାୟକ, ସୁଧାକର ସେଠୀ ପ୍ରମୁଖ ଯୋଗଦେଇ ଶିକ୍ଷାବିତ ସ୍ୱର୍ଗତ ଧଳ କେବଳ ଶିକ୍ଷକ ନଥିଲେ ସେ ଜଣେ ପାଲା କଳାକାର ଭାବେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସ୍ୱର୍ଗତ ଧଳ ଆପଣାପଣରେ ସମସ୍ତଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ନରହରି ନାୟକ, ନାରାୟଣ ମାନଧାତା, ଧ୍ରୁବଚରଣ ସାମନ୍ତରାୟ ମହାପାତ୍ର, ରଘୁନାଥ ମଳିକ, ଫକୀର ମହାଳିକ, ରବିନ୍ଦ୍ର ନାୟକ, ଭିକାରୀ ଚରଣ ନାୟକ, ସସ୍ମିତା ଧଳ, ସୁଶ୍ରୀ ସାଧନା, ସ୍ମୃତି ଆରାଧନା, ନିହାର ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଧଳଙ୍କ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଅତିଥିମାନେ ସ୍ୱର୍ଗତ ଧଳଙ୍କ ପ୍ରତିମୂର୍ତି ସହିତ ସ୍ମୃତି ପତ୍ରିକା ଉନ୍ମୋଚନ କରିଥିଲେ । ଶିକ୍ଷାବିତ ନାରାୟଣ ଚନ୍ଦ୍ର ଧଳ ଧନ୍ୟବାଦ ଦେଇଥିଲେ ।ଆଦିକନ୍ଦ ଧଳ, ନିତ୍ୟାନନ୍ଦ ଧଳ, ଗୋରାଚାନ୍ଦ ଧଳ, ବିଶ୍ୱଜିତ ଘୋଷ, ସିଦ୍ଧାର୍ଥ ଅନୁରାଗ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.